ଚିିଲିକା ମଝିରେ ଫସିଲା ଭସା ପୋଲ । ପାଣି କମ୍ ଥିବାରୁ ପ୍ରାୟ ଅଧାଘଣ୍ଟା ପାଇଁ ଅଟକି ଗଲା ଯାତ୍ରୀବାହୀ ଭସା ପୋଲ ।

Advertisment
ଚିିଲିକା ମଝିରେ ଫସିଲା ଭସା ପୋଲ । ପାଣି କମ୍ ଥିବାରୁ ପ୍ରାୟ ଅଧାଘଣ୍ଟା ପାଇଁ ଅଟକି ଗଲା ଯାତ୍ରୀବାହୀ ଭସା ପୋଲ ।

କନକ ବ୍ୟୁରୋ: ଚିିଲିକା ମଝିରେ ଫସିଲା ଭସା ପୋଲ । ପାଣି କମ୍ ଥିବାରୁ ପ୍ରାୟ ଅଧାଘଣ୍ଟା ପାଇଁ ଅଟକି ଗଲା ଯାତ୍ରୀବାହୀ ଭସା ପୋଲ । ୫୦ ଜଣ ଯାତ୍ରୀଙ୍କୁ ଜହ୍ନିକୁଦାରୁ ସାତପଡା ଯାଉଥିବା ବେଳେ ଘଟିଥିଲା ଏଭଳି ଘଟଣା ଘଟିଛି । ଜୁଆର ଯୋଗୁଁ ମଝି ଚିଲିକାରେ ପାଣି କମ୍ ଥିଲା । ତେଣୁ ଭସାପୋଲ ଚ୍ୟାନେଲରେ ମେସିନ ଅଟକି ଯାଇଥିଲା । ଫଳରେ ଭସାପୋଲ ଅଟକି ଯାଇଥିଲା, ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ତେବେ ପ୍ରାୟ ୩୦ ମିନିଟ୍ ଅଟକିବା ପରେ ଭସାପୋଲଟି ୫୦ଟି ବାଇକ୍ ଓ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଆଗକୁ ବଢିଥିଲା ଏବଂ ସୁରକ୍ଷିତ ଭାବେ ସାତପଡାରେ ପହଞ୍ଚି ସାରିଛି ଭସାପୋଲ । ତେବେ ସମୁଦ୍ର ଜୁଆର ରହିଲେ ଏଭଳି ସ୍ଥିତି ଉପୁଜିଥାଏ ବୋଲି କହିଛନ୍ତି ଭସାପୋଲ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe