କନକ ବ୍ୟୁରୋ: ଚିିଲିକା ମଝିରେ ଫସିଲା ଭସା ପୋଲ । ପାଣି କମ୍ ଥିବାରୁ ପ୍ରାୟ ଅଧାଘଣ୍ଟା ପାଇଁ ଅଟକି ଗଲା ଯାତ୍ରୀବାହୀ ଭସା ପୋଲ । ୫୦ ଜଣ ଯାତ୍ରୀଙ୍କୁ ଜହ୍ନିକୁଦାରୁ ସାତପଡା ଯାଉଥିବା ବେଳେ ଘଟିଥିଲା ଏଭଳି ଘଟଣା ଘଟିଛି । ଜୁଆର ଯୋଗୁଁ ମଝି ଚିଲିକାରେ ପାଣି କମ୍ ଥିଲା । ତେଣୁ ଭସାପୋଲ ଚ୍ୟାନେଲରେ ମେସିନ ଅଟକି ଯାଇଥିଲା । ଫଳରେ ଭସାପୋଲ ଅଟକି ଯାଇଥିଲା, ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ତେବେ ପ୍ରାୟ ୩୦ ମିନିଟ୍ ଅଟକିବା ପରେ ଭସାପୋଲଟି ୫୦ଟି ବାଇକ୍ ଓ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଆଗକୁ ବଢିଥିଲା ଏବଂ ସୁରକ୍ଷିତ ଭାବେ ସାତପଡାରେ ପହଞ୍ଚି ସାରିଛି ଭସାପୋଲ । ତେବେ ସମୁଦ୍ର ଜୁଆର ରହିଲେ ଏଭଳି ସ୍ଥିତି ଉପୁଜିଥାଏ ବୋଲି କହିଛନ୍ତି ଭସାପୋଲ ଅଧିକାରୀ ।
#ଚିଲିକାରେ_ମଝିରେ#ଫସିଲା_ଭସା_ପୋଲ
ଚିିଲିକା ମଝିରେ ଫସିଲା ଭସା ପୋଲ । ପାଣି କମ୍ ଥିବାରୁ ପ୍ରାୟ ଅଧାଘଣ୍ଟା ପାଇଁ ଅଟକି ଗଲା ଯାତ୍ରୀବାହୀ ଭସା ପୋଲ । ୫୦ ଜଣ ଯାତ୍ରୀଙ୍କୁ ନେଇ ଜହ୍ନିକୁଦାରୁ ସାତପଡା ଯାଉଥିବା ବେଳେ ଘଟିଥିଲା ଅଘଟଣ । #Chilika#KanakNewspic.twitter.com/4LMSv0bzaX— Kanak News (@kanak_news) January 20, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/6-30.jpg)