କନକ ବ୍ୟୁରୋ : ମହାନଦୀରେ ଅଘଟଣ । ବୁଡିଗଲା ଡଙ୍ଗା । ଡଙ୍ଗା ବୁଡି ଜଣେ ନିଖୋଜ ଥିବା ବେଳେ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି । କଟକ ଜିଲ୍ଲା ବାଙ୍କୀ ମହାନଦୀ ପଠାର ସାହଙ୍ଗା-ଗୋପାଳପୁର ଘାଟରେ ଡଙ୍ଗାଟି ବୁଡି ଯିବାରୁ ଏଭଳି ଏକ ଅଘଟଣ ଘଟିଯାଇଛି ।
ତେବେ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରଜତ୍ ନାୟକ । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ରଜତଙ୍କ ଘର ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଅଞ୍ଚଳରେ । ୪ ଜଣ ସାଙ୍ଗ ମିଶି ଡଙ୍ଗାରେ ମହାନଦୀ ପାରି ହୋଇ ସାଙ୍ଗ ଘରକୁ ଯାଉଥିଲେ ।