ରାଜନଗରର ଉପାନ୍ତ ଅଂଚଳ ପାଇଁ ଆରମ୍ଭ ହେଲା ବୋଟ ଆମ୍ବୁଲାନ୍ସ ସେବା । ଗୁପ୍ତିଘାଟରୁ ଉପାନ୍ତ ଅଂଚଳର ଲୋକଙ୍କୁ ମିଳିବ ଜରୁରୀ ସେବା, ଉପକୃତ ହେବେ ୫୦ ହଜାରରୁ ଅଧିକ ଲୋକ

54

କନକ ବ୍ୟୁରୋ : ଉପାନ୍ତ ଅଂଚଳରେ ରୋଗୀଙ୍କ ପାଇଁ ଆରମ୍ଭ ହୋଇଛି ବୋଟ୍ ଆମ୍ୱୁଲାନ୍ସ ସେବା । ରାଜନଗର ବ୍ଲକର ଉପାନ୍ତ ଅଂଚଳର ହଜାର ହଜାର ରୋଗୀଙ୍କ ପାଇଁ ଜଳପଥରେ ଆଂବୁଲାନ୍ସ ସେବା ଆରମ୍ଭ ହୋଇଛି । ଗୁପ୍ତି ଘାଟ ଠାରେ ଏହି ବୋଟ୍ ଆଂବୁଲାନ୍ସକୁ ଲୋକାର୍ପଣ କରାଯାଇଛି ।

୪୬ ଲକ୍ଷ ଟଙ୍କା ବ୍ୟୟରେ ଏହି ସ୍ପିଡ୍ ବୋଟ୍ ଆଂବୁଲାନ୍ସଟି ଜରୁରୀକାଳିନ ସ୍ଥିତିରେ ଗୁରୁତର ରୋଗୀଙ୍କୁ ଉତମ ସେବା ଯୋଗାଇବା ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି । ଏହି ବୋଟ୍ ଆଂବୁଲାନ୍ସଟି ଖୋଳା ନଦୀର ଗୁପ୍ତି, ଜୁନୁସ ନଗର, କୋଠିଘାଟ ଠାରେ ରୋଗୀଙ୍କୁ ସେବା ଯୋଗାଇବ । ରାଜନଗର ବ୍ଲକର ଉପାନ୍ତ ରଂଗଣୀ, କେରୁଆଁପାଳ, ବାଘମାରି, ତାଳଚୁଆ, ଇଶ୍ୱରପୁର ପଂଚାୟତର ପ୍ରାୟ ୫୦ ହଜାର ଲୋକ ଏଥିରେ ଉପକୃତ ହେବେ ।