ପୁରୀ ସହରରେ ଆତଙ୍କ ଖେଳାଇଥିବା ବାରହା ଧରାପଡିଲା : ବାରହାକୁ ଉଦ୍ଧାର କଲା ବନବିଭାଗ

ବାରହା ଆକ୍ରମଣରେ ୩ଜଣ ଆହତ ହୋଇଥିଲେ 

152

କନକ ବ୍ୟୁରୋ : ପୁରୀ ସହରରେ ଆତଙ୍କ ଖେଳାଇଥିବା ବାରହାକୁ ଧରିଛି ବନ ବିଭାଗ ।  ଗତକାଲି ଦିନସାରା ଆତଙ୍କ ଖେଳାଇବା ପରେ ବାରହା ନାଳରେ ପଡିଯାଇଥିଲା । ତା ପରେ ବନବିଭାଗ ବାରକୁ ଉଦ୍ଧାର କରିଛି ।

ଗତକାଲି ଭୋର ତିନିଟା ବେଳେ ସ୍ୱର୍ଗଦ୍ୱାର ନିକଟ ଭାରତ ସେବାଶ୍ରମ ଛକରେ ୨ଜଣ ମହିଳା ସଫେଇ କର୍ମଚାରୀ ବାରହା ଆକ୍ରମଣରେ ଆହତ ହୋଇଥିଲେ । ଏହାପରେ ସୋଲାଖିଆ ବରଗଛ ଦେଇ ବାରହାଟି ଯାଇ ବାଲି ନୋଳିଆ ସାହିରେ ପୁଣି ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା । ତେବେ ପୁରୀ ସହର ଭିତରକୁ ବାରହାଟଇ କିପରି ପ୍ରବେଶ କଲା ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।