କନକ ବ୍ୟୁରୋ : ପୁରୀ ସହରରେ ଆତଙ୍କ ଖେଳାଇଥିବା ବାରହାକୁ ଧରିଛି ବନ ବିଭାଗ । ଗତକାଲି ଦିନସାରା ଆତଙ୍କ ଖେଳାଇବା ପରେ ବାରହା ନାଳରେ ପଡିଯାଇଥିଲା । ତା ପରେ ବନବିଭାଗ ବାରକୁ ଉଦ୍ଧାର କରିଛି ।
ଗତକାଲି ଭୋର ତିନିଟା ବେଳେ ସ୍ୱର୍ଗଦ୍ୱାର ନିକଟ ଭାରତ ସେବାଶ୍ରମ ଛକରେ ୨ଜଣ ମହିଳା ସଫେଇ କର୍ମଚାରୀ ବାରହା ଆକ୍ରମଣରେ ଆହତ ହୋଇଥିଲେ । ଏହାପରେ ସୋଲାଖିଆ ବରଗଛ ଦେଇ ବାରହାଟି ଯାଇ ବାଲି ନୋଳିଆ ସାହିରେ ପୁଣି ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା । ତେବେ ପୁରୀ ସହର ଭିତରକୁ ବାରହାଟଇ କିପରି ପ୍ରବେଶ କଲା ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/9_UP.jpg)