ଲିଫ୍ଟରେ ଫସିଲେ ବିଏମସି ଅଧିକାରୀ । ରେଡ୍ କରିବାକୁ ଯାଇ ହଟ୍ଟହଟ୍ଟା ହେଲେ ଅଫିସର ।

646

କନକ ବ୍ୟୁରୋ: କରୋନା କଟକଣାକୁ ଉଲ୍ଲଘଂନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ରାଜଧାନୀରେ ଚାଲିଥିଲା ବାର । ଗତକାଲି ୪ଟି ବାର ଉପରେ କମିଶନରେଟ୍ ପୋଲିସ ଓ ବିଏମ୍ସି ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଥିଲ । ଏଥିମଧ୍ୟରୁ ଦୁଇଟି ବାରକୁ ସିଲ୍ କରାଯାଇଛି । ‘ବିବିଆଇ’ ବାର ଓ ‘ଉପରେ’ ବାରକୁ ସିଲ କରାଯାଇଛି । ବାର ମ୍ୟାନେଜରଙ୍କ ସହ ୪ ଜଣଙ୍କୁ ଚନ୍ଦ୍ରଶେଖରପୁର ଥାନାରେ ଅଟକ ରଖାଯାଇଛି ।

ତେବେ ଏହି ଗତକାଲି ବାର ଉପରେ ଚଢାଉ ସମୟରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଥିଲା । ଚଢାଉ କରିବାକୁ ଯାଇ ହଟ୍ଟହଟ୍ଟା ହୋଇଥିଲେ ବିଏମ୍ସି ଅଧିକାରୀ । ରେଡ୍ ସମୟରେ ବିଏମସି ଗାଡି ଦେଖି ହୋଟେଲ ସିକ୍ୟୁରିଟି ଗାର୍ଡ ଲିଫ୍ଟ ବନ୍ଦ କରି ଦେଇଥିଲେ । ଫଳରେ ବିଏମସିର ଦୁଇ ଅଧିକାରୀ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଲିଫ୍ଟରେ ଫସି ରହିଥିଲେ । ବିଏମ୍ସି ଜେଡିସି ଅଂଶୁମାନ ରଥଙ୍କ ସହ କିଛି ବିଏମସି କର୍ମଚାରୀ ଓ ପୋଲିସ କର୍ମଚାରୀ ଫସି ରହିଥିଲେ । ବିବିଆଇ ଓ ଉପ୍ରେ ବାରକୁ ସିଲ୍ କରାଯିବ ସହ ଚନ୍ଦ୍ରଶେଖରପୁର ଥାନାରେ ବିଏମସି ପକ୍ଷରୁ ଏତଲା ଦିଆଯାଇଛି । ଜେଡିସି ଅଂଶୁମାନ ରଥଙ୍କ ସୂଚନା ଅନୁସାରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଏହି ଦୁଇଟି ବାରକୁ ସିଲ୍ କରାଯାଇଛି । କୋଭିଡ୍ ନିୟମ ଉଲ୍ଲଘଂନ କରି ବିଳମ୍ବିତ ରାତି ଯାଏଁ ମଦ ପିଇ ମସଗୁଲ ଥିଲେ ମଦ୍ୟପ ଆଉ ଚଢାଉ କରିବାକୁ ଯିବା ସମୟରେ ଜାଣିଶୁଣି ଲିଫ୍ଟ ବନ୍ଦ କରି ଦିଆଯାଇଥିଲା ।