କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ବାଇକ ଆମ୍ବୁଲାନ୍ସ : ଜିଲ୍ଲାର ଅପହଂଚ ଇଲାକାରେ ନିୟୋଜିତ ହେବ ୮ଟି ବାଇକ ଆମ୍ବୁଲାନ୍ସ; ନାରାୟଣପାଟଣା, ବନ୍ଧୁ ଗାଁ, ଲମତାପୁଟ, ଦାସମନ୍ତପୁର ଆଦି ବ୍ଲକରେ ସେବା ଯୋଗାଇବ ବାଇକ ଆମ୍ବୁଲାନ୍ସ

212

କନକ ବ୍ୟୁରୋ : କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ବାଇକ ଆମ୍ବୁଲାନ୍ସ । କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ଏକ ସ୍ୱତନ୍ତ୍ର ଫଣ୍ଡରୁ ଜିଲ୍ଲାକୁ ଆସିଛି ଏହି ୮ଟି ବାଇକ ଆମ୍ବୁଲାନ୍ସ । ଜିଲ୍ଲାର ଅପହଂଚ ଇଲାକାରେ ନିୟୋଜିତ ହେବ ଏହି ବାଇକ ଆମ୍ବୁଲାନ୍ସ । ଦୁର୍ଗମ ଅଂଚଳ କୁହାଯାଉଥିବା ନାରାୟଣପାଟଣା, ବନ୍ଧୁ ଗାଁ, ଲମତାପୁଟ, ଦାସମନ୍ତପୁର ଭଳି ବ୍ଲକରେ ଏହି ବାଇକ ଆମ୍ବୁଲାନ୍ସ କାମ କରିବ । ତେବେ ଏହା କେବେଠାରୁ ଆରମ୍ଭ ହେବ ଏବଂ ଏହାର ଦାୟିତ୍ୱ କାହାକୁ ଦିଆଯିବ ନେଇ ବିଧିବଧ ଭାବେ ୨ରୁ ୩ଦିନ ମଧ୍ୟରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଧାକାରୀ ।