ସୁନ୍ଦରଗଡରେ ଆରମ୍ଭ ହେଲା ବାଇକ୍ ଆମ୍ବୁଲାନ୍ସ : ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ

77

କନକ ବ୍ୟୁରୋ : ସୁନ୍ଦରଗଡରେ ଆରମ୍ଭ ହେଲା ବାଇକ୍ ଆମ୍ବୁଲାନ୍ସ । ଏଣିକି ଜିଲ୍ଲାର ଦୁର୍ଗମ ଅଂଚଳରୁ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ସୁବିଧା ହେବ । ଏଥିପାଇଁ ବାଇକ୍ ଆମ୍ବୁଲାନ୍ସ ‘ସ୍ୱାସ୍ଥ୍ୟ ରକ୍ଷକ’ ସେବାର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ପତାକା ଦେଖାଇ ପ୍ରଥମେ ଏହାର ଶୁଭାରମ୍ଭ କରିଥିଲେ । ଜିଲ୍ଲାର କୋଇଡା, ରାଜଗାଙ୍ଗପୁର ଏବଂ ଗୁରୁଣ୍ଡିଆ ବ୍ଲକର ଦୁର୍ଗମ ଅଂଚଳର ରୋଗୀମାନେ ଏହି ଆମ୍ବଲାନ୍ସ ସେବା ପାଇବେ । ବିଶେଷକରି ଯେଉଁ ଅଂଚଳକୁ ସାଧାରଣ ଆମ୍ବୁଲାନ୍ସ ଯିବାରେ ସମସ୍ୟା ହୁଏ, ସେଠାରେ ପହଂଚିବ ଏହି ବାଇକ୍ ଆମ୍ବୁଲାନ୍ସ ।