କୋରାପୁଟରେ କାମରେ ଆସୁନି ବାଇକ୍ ଆମ୍ବୁଲାନ୍ସ : ଗତ ସେପ୍ଟମ୍ବର ମାସରୁ ଡାକ୍ତରଖାନା ଆଗରେ ଥୁଆ ହୋଇଛି ବାଇକ୍ ଆମ୍ବୁଲାନ୍ସ

ହେଲେ ଏବେ ବି ଉପାନ୍ତ ଅଂଚଳରେ ଭାରରେ ବୁହା ହେଉଛନ୍ତି ରୋଗୀ

45

କନକ ବ୍ୟୁରୋ : କମୁନି ଜନନୀ ଯନ୍ତ୍ରଣା । ପଲିଥିନ ତଳେ ଗର୍ଭବତୀ । କାହା ପାଇଁ ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥା ଏବେ ତାକୁ ନେଇ ପ୍ରଶ୍ନ ଛିଡା ହୋଇଛି । ଅପହଂଚ ଇଲାକାରେ ରୋଗୀଙ୍କୁ ସେବା ଯୋଗାଇ ଦେବାପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ପାଇଁ ନିଷ୍ପତି ନେଲା ପ୍ରଶାସନ । ବାଇକ ଆମ୍ବୁଲାନ୍ସ ବି ପହଂଚିଲା । ହେଲେ ଏହା କାର୍ଯ୍ୟକାରୀ ହୋଇପାରୁନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ।