ବଡଚଣାକୁ ନେଇ ବଡ ବୈଠକ । ଶଙ୍ଖ ଭବନରେ ବର୍ଷା ପ୍ରିୟଦର୍ଶିନୀ, ବଡଚଣା ନିର୍ବାଚନ ମଣ୍ଡଲୀ ସଂକ୍ରାନ୍ତରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ

1,004

କନକ ବ୍ୟୁରୋ : ବଡଚଣାକୁ ନେଇ ବଡ ବୈଠକ । ଶଙ୍ଖ ଭବନରେ ବିଧାୟକ ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ । ବଡଚଣା ନିର୍ବାଚନ ମଣ୍ଡଳୀ ସଂକ୍ରାନ୍ତରେ ଶଙ୍ଖ ଭବନରେ ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ଯାଜପୁରର ସାଂସଦ, ଯାଜପୁର ପର୍ଯ୍ୟବେକ୍ଷକ ଅଶୋକ ପଣ୍ଡା ଓ ବଡଚଣାର ସ୍ଥାନୀୟ ନେତା ଉପସ୍ଥିତ ଅଛନ୍ତି । ବଡ଼ଚଣା ପାଇଁ ଅନ୍ୟତମ ଆଶାୟୀ ଥିବା ରାଜନାରାୟଣ ମହାପାତ୍ର ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି ।

ବଡ଼ଚଣା ବିଧାୟକ ପ୍ରାର୍ଥୀ ବର୍ଷା ପ୍ରୟଦର୍ଶିନୀ କିପରି ରେକର୍ଡ ମାର୍ଜିନରେ ଜିତିବେ ନେଇ ଆଲୋଚନା ହୋଇଥିବା କହିଛନ୍ତି ରାଜ ନାରାୟଣ । ବର୍ଷାଙ୍କୁ ସଂପୂର୍ଣ୍ଣ ସହଯୋଗ ରହିଛି । କୌଣସି ସର୍ତ ରଖି ବିଜେଡିରେ ସାମିଲ ହୋଇନଥଇଲେ । ବଡ଼ଚଣାର ବିକାଶ ପାଇଁ ସେ ବିଜେଡିକୁ ଯାଇଥିଲେ ବୋଲି କହିଛନ୍ତି ।