ଶ୍ରୀମନ୍ଦିର ଗୁମୁଟରେ ବଡ ବଡ ଫାଟ। ରକ୍ଷଣାବେକ୍ଷଣ ହେଉନି, ଭାଙ୍ଗି ଯାଉଛି ପ୍ରାଚୀନ ମୂର୍ତ୍ତି।

136

କନକ ବ୍ୟୁରୋ: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ପାଶ୍ୱର୍ରେ ବଡ ବଡ ଫାଟ ଚିନ୍ତାର କାରଣ ପାଲଟିଛି । ପଥର ସନ୍ଧିରେ ଫାଟ ଏତେ ବଡ ହୋଇଛି ଯେ, ସେଥିରେ ସରୀସୃପ ବାସ କରୁଥିବା ଆଶଙ୍କା କରାଯାଉଛି । କେବଳ ଫାଟ ନୁହେଁ ଯେଉଁ ପ୍ରାଚୀନ ମୂର୍ତି ଲାଗିଛି, ତାହା ବି ଭାଙ୍ଗି ଝଡିପଡିଲାଣି । ହେଲେ ଏଥିପ୍ରତି ଶ୍ରୀମନ୍ଦିର ପ୍ରଶାସନ କି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ନଜର ନାହିଁ । ତେଣୁ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି ।
-୧୯୭୫ ମସିହାରୁ ଏଏସଆଇ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣା ତୁଲାଇ ଆସୁଛି ।
– ଶ୍ରୀମନ୍ଦିର ଉପରେ ଲାଗିଥିବା ଚୂନର ମୋଟା ଆସ୍ତରଣକୁ ବିପଦ ବୋଲି ଦର୍ଶାଇଥିଲା ଏଏସଆଇ
-ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୩୦ ବର୍ଷ ତଳୁ ଶ୍ରୀମନ୍ଦିରର ଚୁନ ଛଡାଇ ସ୍ୱତନ୍ତ୍ର କେମିକାଲ ଲଗାଯାଇଛି ।
ଏହାସତ୍ୱେ ଶ୍ରୀମନ୍ଦିର ଉପରୁ ବିପଦ ଟଳୁ ନାହିଁ । ସିଂହଦ୍ୱାର ପ୍ରବେଶ ପଥର ବାମପାଶ୍ୱର୍ରେ ପଥରରେ ବଡ ବଡ ଫାଙ୍କ ସୃଷ୍ଟି ହେବା ଶ୍ରୀମନ୍ଦିର ପାଇଁ ବିପଦ ସୃଷ୍ଟି କରିଛି । ସିଂହଦ୍ୱାର ପ୍ରବେଶ ପଥର ବାମପଟ ସିଂହ ମୂର୍ତି କଡ ଉପରିଭାଗରେ ପଥରରେ ଫାଟ ପରେ ଏଭଳି ଏକାଧିକ ଫାଙ୍କ ଦେଖିବାକୁ ମିଳିଛି । ସେହିଭଳି ପ୍ରାଚୀନ ଦେବାଦେବୀ ମ୍ରୂ୍ତି ବି ଭାଙ୍ଗିଗଲାଣି । ସ୍ଥିତି ଏଭଳି ହୋଇଛି ଯେ, ଏବେଠୁ ମନ୍ଦିରର ସୁରକ୍ଷା କଥା ଚିନ୍ତା ନକଲେ ଫାଟ ଦେଇ ପାଣି ପଶି ମନ୍ଦିର ପାଇଁ ବିପଦ ସୃଷ୍ଟି କରିପାରେ । ଶ୍ରୀମନ୍ଦିରର ରତ୍ନଭଣ୍ଡାର ଓ ନାଟମଣ୍ଡପ ଅସୁରକ୍ଷିତ ଅବସ୍ଥାରେ ଅଛି । ଏବେ ସିଂହଦ୍ୱାର ଗୁମୁଟ ପାଶ୍ୱର୍ରେ ଫାଟ କୋଟି କୋଟି ଜଗନ୍ନାଥଙ୍କ ପ୍ରେମୀଙ୍କୁ ବ୍ୟଥିତ କରିଛି ।