ଆଜି ପୃଥିବୀର ନିକଟତର ହେବ ବିଶାଳ ଗ୍ରହାଣୁ: ୪ଟା ୨୮ ମିନିଟରେ ପୃଥିବୀର ସବୁଠୁ ନିକଟତର ହେବ ଗ୍ରହାଣୁ

ପୃଥିବୀ ପାଇଁ ବିପଦ ନାହିଁ ବୋଲି କହିଲା ନାସା

10,490

କନକ ବ୍ୟୁରୋ: ଆଜି ପୃଥିବୀ ଠାରୁ ଖୁବ ନିକଟ ଦେଇ ଗତି କରିବ ଏକ ବିଶାଳ ଉଲକା ପିଣ୍ଡ । ୨୯ ଏପ୍ରିଲ ତଥା ଆଜି ପୃଥିବୀର ଖୁବ ନିକଟକୁ ଆସିବ ଏହି ଉଲକା ପିଣ୍ଡ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଅନୁଯାୟୀ ଏହାର ବେଗ ଘଣ୍ଟା ପ୍ରତି ୧୯୦୦୦ କିଲୋମିଟର ହେବ। ତଥାପି, ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଉଲକା ପୃଥିବୀକୁ ଆସିବାର ସମ୍ଭାବନା ନାହିଁ ।

ନାସାର ସେଣ୍ଟର ଫର ଆର୍ଥ ନିୟର ଷ୍ଟଡ଼ିଜ ର ରିପୋର୍ଟ ମୁତାବକ ଆଜି  ଏହି ଉଲକା ପୃଥିବୀ ପାର୍ଶ୍ୱ ଦେଇ ଗତି କରିବ । ବୈଜ୍ଞାନିକଙ୍କ ଅନୁଯାୟୀ ଏହି ଉଲକା ପୃଥିବୀ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେଣୁ ଉଲକା ଯଥେଷ୍ଟ ବଡ଼ ହୋଇଥିଲେ ବି ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ।

ଅନେକ ଉଲକାପିଣ୍ଡ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବାବେଳେ ଆକାରରେ ୧ ମିଟରରୁ ଆରମ୍ଭ ହୋଇ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାଏ । ତେବେ ବେଳେବେଳ ଏହି ଉଲକାଗୁଡିକ ପୃଥିବୀର ମାଧ୍ୟକର୍ଷଣ ଶକ୍ତି ଦ୍ବାରା ପୃଥିବୀ ଆଡକୁ ଆକର୍ଷିତ ହୋଇଥାନ୍ତି । ସେଥିରୁ ୯୯ ପ୍ରତିଶତ ପୃଥିବୀ ପୃଷ୍ଠରେ ପଡିବା ପୂର୍ବରୁ ବାୟୁମଣ୍ଡଳରେ ପୋଡି ପାଉଁଶ ହୋଇଯାଇଥାଏ । ତେବେ ବଡ ଉଲକା ପୃଥିବୀରେ ପଡିଲେ ବିପୁଳ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ଥାଏ।