କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିସନ ବଡ ଆକ୍ସନ ନେଇ ୬ ରାଜ୍ୟର ଗୃହ ସଚିବଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିସନ ଯେଉଁ ୬ ରାଜ୍ୟର ଗୃହ ସଚିବଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଗୁଜରାଟ, ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ । ସେହିପରି ପଶ୍ଚିମବଙ୍ଗର ଡିଜିପିଙ୍କୁ ବି ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ କମିସନଙ୍କ କହିବାନୁସାରେ ଏହି ଆକ୍ସନ ନିର୍ବାଚନରେ ସମାନତା ଆଣିବାକୁ ନିଆଯାଇଛି । ନିର୍ବାଚନ କମିସନଙ୍କ ଏହି କାର୍ଯ୍ୟାନୁଷ୍ଠାନରେ କଡା ସନ୍ଦେଶ ଆସୁଛି କି ଲୋକସଭା ନିର୍ବାଚନର ପ୍ରସ୍ତୁତି ସମାନ ସ୍ତରରେ କରାଯିବ । ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନ ବେଳେ ବି ସେଠାରେ ସକ୍ରିୟ ନିର୍ବାଚନ ଡ୍ୟୁଟିରୁ ଡିଜିପିଙ୍କୁ ହଟାଇ ଦିଆଯାଇଥିଲା ।