ଯନ୍ତ୍ରଣା ଭୋଗୁଛି ଅଷ୍ଟମ ଶ୍ରେଣୀ ଛାତ୍ର । ବର୍ଷେ ହେଲା ଖଟିଆରେ ପଡିଛି ୧୪ ବର୍ଷର ଅମର । ଅର୍ଥ ଅଭାବରୁ ହୋଇ ପାରୁନି ଗୋଡର ଚିକିତ୍ସା ।

120

କନକ ବ୍ୟୁରୋ: ବର୍ଷେ ହେଲାଣି ଖଟରେ କଟୁଛି ଜୀବନ। ସାଙ୍ଗ ସାଥିଙ୍କୁ ଦେଖି ମନ କଷ୍ଟ ହେଉଛି, କିନ୍ତୁ ଖଟରୁ ଉଠି ସ୍କୁଲ ଯିବାକୁ ଜୁ ପାଉନି । କିନ୍ତୁ ଏବେ ବି ମନରେ ବିଶ୍ୱାସ ଅଛି, ସୁସ୍ଥ ହେବ, ସେ ପୂର୍ବ ପରି ସ୍କୁଲ ଯିବ ଓ ସାଙ୍ଗ ସାଥିଙ୍କ ସହ ଖେଳିବ । ସେଥିପାଇଁ ଜଣେ ଛାତ୍ର ଆକୁଳ ନିବେଦନ କରିଛନ୍ତି ।

ରାୟଗଡା ବ୍ଲକ କେସଦା ଗାଁର ୧୪ ବର୍ଷିୟ ଅଷ୍ଟମ ଶ୍ରେଣୀର ଛାତ୍ର ଅମିର ପୁଆଲା । ସମ୍ପର୍କିୟଙ୍କ ବାହାଘରରେ ନାଚିବା ସମୟରେ ତଳେ ପଢି ଯାଇଥିଲେ । ତା’ପର ଠାରୁ ଏମିତି ଖଟରେ ପଡି ଯନ୍ତ୍ରଣା ଭୋଗୁଛନ୍ତି ଅମିର । ଚାଲି ପାରୁନି, କି ସ୍କୁଲ ଯାଇ ପାରୁନି । ସ୍କୁଲ ଯାଉଥିବା ସାଙ୍ଗ ସାଥିଙ୍କୁ ଦେଖିଲେ କଷ୍ଟ ହେଉଛି କିନ୍ତୁ ଖଟରୁ ଉଠିବାକୁ ଶରୀରରେ ଶକ୍ତି ନାହିଁ ।

ସେଦିନ ଫୁଲି ଯାଇଥିବା ଗୋଡର ଅବସ୍ଥା ଏବେ ଏମିତି ଯେ, ତାକୁ ଦେଖାଇବା ସମ୍ଭବ ହେଉନାହିଁ । ପୁଅ ଯନ୍ତ୍ରଣାରେ ଛଟପଟେ ହେଉଥିଲେ ବି ତାକୁ ଡାକ୍ତରଖାନା ନେଇ ଚିକିତ୍ସା କରାଇ ପାରୁନାହାନ୍ତି ଦିନ ମଜୁରିଆ ବାପା ଜୟ ଶେଖର । ମୁଲ ଲାଗିଲେ ୪ ପ୍ରାଣୀ ମୁହଁକୁ ଦାନା ଗଣ୍ଡାଏ ଯାଉଛି । ଏଭଳି ସ୍ଥିତିରେ ପୁଅର ଚିକିତ୍ସା କରାଇବା ପାଇଁ ଅସମର୍ଥ ପ୍ରକାଶ କରି ସହାୟତା ନିବେଦନ କରିଛି ଏହି ଅସହାୟ ପରିବାର ।