ଗଛରେ ଭାଲୁ, ତଳେ ଜଗିଛନ୍ତି ବନ କର୍ମଚାରୀ। ନବରଙ୍ଗପୁରରେ ଜଙ୍ଗଲ ଛାଡି ବାରମ୍ବାର ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ

114

କନକ ବ୍ୟୁରୋ: ଗଛ ଉପରେ ଭାଲୁ, ତଳେ ବନ ବିଭାଗ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ଗାଁର କିଛି ଦୂରରେ ଏକ ଭାଲୁ ଏକ ବାହାଡ଼ା ଗଛ ଉପରେ ଚଢିରହିଛି । ଧିରେ ଧିରେ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ବିଭିନ୍ନ ସମୟରେ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେଉଛନ୍ତି । ଏହି ଅଂଚଳରେ ଅନେକ ସମୟରେ ଜଙ୍ଗଲରୁ ଭାଲୁ ଆସୁଥିବା ଦେଖିବାକୁ ମିଳିଥାଏ । ଏବଂ ଲୋକଙ୍କ ଭୟରେ ଗଛ ଉପରେ ଚଢ଼ିଯାଆନ୍ତି ଭାଲୁ ।

ବର୍ତମାନ ଏକମ୍ବା ଗ୍ରାମରେ ଗଛ ଉପରେ ଚଢି ରହିଥିବା ଭାଲୁକୁ ଦେଖି ଗ୍ରାମବାସୀ ଭୟଭୀତ ରହିଛନ୍ତି । ଭୟରେ ସେ ଅଂଚଳକୁ ଲୋକ ଚାଷ କରିବାକୁ ଯାଉନାହାନ୍ତି । ଘଟଣାସ୍ଥଳରେ ବନ ବିଭାଗ କିଛି କର୍ମଚାରୀ ପହଂଚି ଭାଲୁ ସେଠାରେ ଜଗି ରହିଛନ୍ତି । ଭାଲୁ ଚଢ଼ିଥିବା ଗଛ ନିକଟକୁ ଯିବାକୁ ବାରଣ କରୁଛନ୍ତି ବନ କର୍ମଚାରୀ, ଏଥିସହ ତାକୁ ଘଉଡ଼େଇବା ପାଇଁ ଚେଷ୍ଟା କରୁଛି ବନ ବିଭାଗ ।