ମାଲକାନଗିରିରୁ ଆସିଲା ପଶୁହତ୍ୟାର ବର୍ବର ଚିତ୍ର । ଶାବେରୀ ନଦୀରୁ ୧୦ ଫୁଟ ଲମ୍ବର ବିଶାଳକାୟ କୁମ୍ଭୀରକୁ ମାରି ଗଛଡାଳରେ ବାନ୍ଧିଲେ ଲୋକେ, ବନବିଭାଗ ବେଖବର

488

କନକ ବ୍ୟୁରୋ : ମାଲକାନଗିରିରୁ ଆସିଲା ପଶୁହତ୍ୟାର ବର୍ବର ଚିତ୍ର । କୁମ୍ଭୀରକୁ ମାରି ଗଛଡାଳରେ ବାନ୍ଧିଦେଲେ ଗାଁ ଲୋକେ । ଆଉ ଦେଖିବାକୁ ଚାଲିଲା ପ୍ରତିଯୋଗିତା । ଏଭଳି ଖବର ଆସିଛି ପଡିଆ ବ୍ଲକ କାଲଦାପଲ୍ଲୀ ଅଂଚଳରୁ । ଏହି ଅଂଚଳର ଲୋକେ ଶାବେରୀ ନଦୀରୁ ୧୦ ଫୁଟ ଲମ୍ବାର ବିଶାଳକାୟ କୁମ୍ଭୀରକୁ ମାରି ଗଛଡାଳରେ ବାନ୍ଧି ଦେଇଥିଲେ ।

ପରେ ଏହାକୁ ଦେଖିବାକୁ ଗାଁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା । ବନବିଭାଗ ଏ ସମ୍ପର୍କରେ କୌଣସି ଖବର ପାଇନଥିଲା । ଘଟଣାର ୨୪ ଘଂଟା ବିତିଯାଇଥିଲା ବି ବନବିଭାଗର ହାତ ଖାଲି ଅଛି । କାଲିମେଳା ରେଞ୍ଜର ଘଟଣାସ୍ଥଳକୁ ଯାଇ ପଚରାଉଚରା କରିଥିଲେ ସଠିକ ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।