ମାଛ ଜାଲରେ ପଡ଼ିଲା ଟଙ୍କା ଭର୍ତ୍ତି ବ୍ୟାଗ୍‌ : ୩୦ ଲକ୍ଷ ଟଙ୍କାର ପୁରୁଣା ୫ ଶହ ଟଙ୍କିଆ ବିଡ଼ା, ୩ ବର୍ଷ ତଳର ଅଚଳନ୍ତି ପୁରୁଣା ନୋଟ୍‌କୁ ନେଇ ବଢିଲା ଦ୍ୱନ୍ଦ୍ୱ

1,748

କନକ ବ୍ୟୁରୋ : ଅଥଳ ଜଳ ରାଶି ଭିତରୁ ମାଛୁଆ ଜାଲରେ ପଡ଼ି ବହୁ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର ହେବା କିଛି ନୂଆ କଥା ନୁହେଁ । ଆମ ଦେଶର ବହୁ କିମ୍ବଦନ୍ତୀରେ ମଧ୍ୟ ଏମିତି ରୋଚକ କାହାଣୀମାନ ଭରି ହୋଇ ରହିଛି । ଆରବ ଓ ଗ୍ରୀସ୍‌ ଦେଶର ଲୋକକଥାରେ ମଧ୍ୟ ଏମିତି ବହୁ ରୋମାଞ୍ଚଭରା କାହାଣୀମାନ ରହିଛି । କେବଳ କାହାଣୀ ନୁହେଁ, ମାଛୁଆ ଜାଲରୁ ଦାମୀ ବସ୍ତୁ ଉଦ୍ଧାର ହେବାକୁ ନେଇ ଅନେକ ସତ୍ୟ ଘଟଣା ମଧ୍ୟ ରହିଛି । ଆଜି ବାରଙ୍ଗରେ ଘଟିଥିବା ଏଭଳି ଏକ ଘଟଣାକୁ ନେଇ ସରଗରମ ଚର୍ଚ୍ଚା ଚାଲିଛି । ଅଥଳ ଜଳ ଭିତରେ ମାଛଧରା ଜାଲରେ ପଡିଲା ଟଙ୍କା ଭର୍ତି ବସ୍ତା । ବସ୍ତା ଖୋଲିଲେ ତ ଦେଖିଲେ ବିଡା ବିଡା ଟଙ୍କା । ଏହାକୁ ଦେଖି ଚକିତ ହୋଇଗଲେ ଜାଲ ପକାଇଥିବା ଧୀବର ।

ରାଜଧାନୀ ଉପକଣ୍ଠ ବାରଙ୍ଗ ଅଂଚଳରେ ଏପରି ଏକ ଘଟଣା ଚର୍ଚା ବିଷୟ ହୋଇଛି । ମାଛ ଧରା ଜାଲରେ ପ୍ରାୟ ୩୦ ଲକ୍ଷ ଟଙ୍କାର ପୁରୁଣା ନୋଟ୍ ଉଦ୍ଧାର ହୋଇଛି । ଜାଲରେ ପଡିଥିବା ବସ୍ତା ଖୋଲାଗଲା ତ ବାହାରିଲ । ବିଡା ବିଡା ପୁରୁଣା ୫୦୦ ଟଙ୍କିଆ ନୋଟ୍ । ଏପରି ଭାବରେ କେନାଲକୁ ଏପରି ଟଙ୍କା ଭର୍ତି ବ୍ୟାଗ୍ କିଏ ଫିଙ୍ଗିଲା ତାକୁ ନେଇ ଉଠିଛି ପ୍ରଶ୍ନ ଚିହ୍ନ । ପୁରୀ ମୁଖ୍ୟ କେନାଲର କାନପୁର ସାଇଫନ୍ ନିକଟରେ ମାଛ ଧରା ଜାଲରେ ଏହି ଟଙ୍କା ଭର୍ତି ବସ୍ତା ଧରାପଡିଥିଲା ।