ଝାରୁସୁଗୁଡା କୋଭିଡ ହସ୍ପିଟାଲରେ ଜନ୍ମ ନେଲା ଶିଶୁ କନ୍ୟା : ପଜିଟିଭ ଚିହ୍ନଟ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗର୍ଭବତୀ ମହିଳା; ଶିଶୁକନ୍ୟାର ମାତାପିତାଙ୍କୁ ଅଭିନନ୍ଦନ ଜଣାଇଲେ ଡାକ୍ତରୀ ଦଳ

269

କନକ ବ୍ୟୁରୋ : ଝାରୁସୁଗୁଡା କୋଭିଡ ହସ୍ପିଟାଲରେ ଜନ୍ମ ନେଇଛି ଶିଶୁ କନ୍ୟା । ଜଣେ ମହିଳା ଆଜି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଶିଶୁ ସୁରକ୍ଷିତ ଅଛନ୍ତି । ମହିଳା ଜଣକ ଆଂଟିଜେନ ଟେଷ୍ଟରେ ପଜିଟିଭ ଚିହ୍ନଟ ହେଲା ପରେ ତାଙ୍କୁ କୋଭିଡ ହସପିଟାଲରେ ଭର୍ତି କରାଯାଇଥିଲା । ଗର୍ଭବତୀ ଥିବାରୁ ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହସ୍ପିଟାଲରେ ଏଭଳି ପ୍ରସବ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି । ଏଥିପାଇଁ ନିୟୋଜିତ ଡାକ୍ତର ଓ ତାଙ୍କ ଦଳକୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଦିଆଯିବା ସହ ଶିଶୁକନ୍ୟାର ମାତାପିତାକୁ ଅଭିନନ୍ଦନ ଜଣାଇଛନ୍ତି ।