ଶିଶୁଙ୍କ ଭବିଷ୍ୟତ ଚିନ୍ତା କରୁଛନ୍ତି ଦିଦି । କୁନି କୁନି ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସାହସୀ ଅଙ୍ଗନବାଡି ଦିଦିଙ୍କ ସଂଘର୍ଷ । ସାବେରୀ ନଦୀର ସୁଅ କାଟି ନିଜେ ଚଳାଉଛନ୍ତି ଡଙ୍ଗା 

103

କନକ ବ୍ୟୁରୋ : ଦୁର୍ଗମ ଅଂଚଳ ର ଶିଶୁଙ୍କ ଭବିଷ୍ୟତ ଚିନ୍ତା । ମୁହଁ ରେ ହସ ଫୁଟାଇବାକୁ କସରତ । ଦୈନିକ ବିପଦକୁ ମାତ୍ ଦେଇ ଜୀବନକୁ ବାଜି ଲଗାଇ କର୍ମସ୍ଥଳରେ ଯିବାକୁ ପ୍ରସ୍ତୁତ ଆଦିବାସୀ ଅଂଚଳ ର ଆଗୁଆ ଅଙ୍ଗନଓାଡି ଦିଦି । ଖରାବର୍ଷା ସବୁ ସମୟରେ ସାବେରୀ ଗର୍ଭ ର ସୁଅ କାଟି ନିଜେ ଡଙ୍ଗା ଚଲାଇ ନଦୀ ପାର ହେଉଛନ୍ତି ଅଙ୍ଗନଓାଡି ଦିଦି କମଳା ସମରଥ । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଲକଟିଗୁଡା ଗାଁ ରୁ ଆସିଛି ଏପରି ଚିତ୍ର ।

କର୍ମସ୍ଥଳୀକୁ ଯିବା ପାଇଁ ପ୍ରତିଦିନ ବିପଦକୁ ସାମ୍ନା କରନ୍ତି କମଳା । କୁନି କୁନି ପିଲାଙ୍କୁ ପାଠ ପଢାଇବା ପାଇଁ ସାବେରୀ ନଦୀର ସୁଅ କାଟି ଆଗକୁ ବଢନ୍ତି । ପ୍ରତିଦିନ ନିଜେ କାତ ମାରି ସାବେରୀ ନଦୀରେ ନୌକା ଯାତ୍ରା କରନ୍ତି ଅଙ୍ଗନୱାଡି ଦିଦି କମଳା । କେତେବେଳେ ଦେଶୀ ଡଙ୍ଗା ତ ଆଉ କେତେବେଳେ ସରକାରୀ ଡଙ୍ଗା ଚଳାଅ ନଦୀ ପାର ହେଉଛନ୍ତି । ମାଲକାନଗିରି ମାଥିଲି ବ୍ଲକ ଲକଟିଗୁଡା ଗାଁରୁ ଆସିଛି ଏପରି ଚିତ୍ର ।

ଅଙ୍ଗନୱାଡି କେନ୍ଦ୍ରକୁ ଯିବା ପାଇଁ ବର୍ଷ ସାରା ସାବେରୀ ନଦୀ ପାର ହେଉଛନ୍ତି ସାହସୀ କମଳା । ଦୁର୍ଗମ ଅଂଚଳରେ ଛୋଟ ଛୋଟ ଶିଶୁଙ୍କ ମନରେ ଶିକ୍ଷାର ମଂଜି ବୁଣିବା ପାଇଁ ପ୍ରୟାସ କରୁଛନ୍ତି ଅଙ୍ଗନବାଡି ଦିଦି । ସାବେରୀ ନଦୀରେ ଡଙ୍ଗା ଚଲାଇ ଅଙ୍ଗନୱାଡି କେନ୍ଦ୍ରରେ ପହଂଚି ପିଲାଙ୍କୁ ଦେଖିବା ପରେ ଡଙ୍ଗା ଚଳେଇବାର କଷ୍ଟ ଓ ବିପଦକୁ ଭୂଲି ଯାଉଥିବା କୁହନ୍ତି ସାହସୀ କମଳା ।

ରାଜ୍ୟର ଅନେକ ସ୍ଥାନରୁ କାମରେ ଅବହେଳା କରୁଥିବା ଖବର ସାମ୍ନାକୁ ଆସେ । କିନ୍ତୁ କମଳାଙ୍କ ପରି କର୍ମଚାରୀ ବି ରହିଛନ୍ତି । ଯେଉଁଣାନେ ନିଜ ଜୀବନକୁ ବାଜିରେ ଲଗାଇ କର୍ମସ୍ଥଳକୁ ଯାଉଛନ୍ତି ।