କନକ ବ୍ୟୁରୋ : ଚାଉଳ ଆଣିବା ପାଇଁ ଦେଢ କିଲୋମିଟର ଚାଲିଲେ ୯୦ ବର୍ଷୀୟ ବୃଦ୍ଧା । ଗତକିଛିଦିନ ତଳେ ପୁରୀ ଜିଲ୍ଲାରୁ ଏପରି ଏକ କରୁଣ ଦୃଶ୍ୟ ଆସିଥିଲା ଆଉ ଏବେ ଏଭଳି ଆଉ ଏକ ହୃଦୟବିତାରକ ଦୃଶ୍ୟ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଦୁଆରୀପାଟଣା ଗ୍ରାମରୁ ।

Advertisment

ଗ୍ରାମର ୯୦ ବର୍ଷର ବୃଦ୍ଧା କାଳୀ ଜେନା, ଯାହାଙ୍କର ଖଣ୍ଡିଏ ବାଡି ହେଉଛି ସାହାଭରସା । ଘରେ ପୁଅ ବୋହୂ ଅଛନ୍ତି ହେଲେ ଗଣ୍ଡେ ରାନ୍ଧି ଦେବା ତ ଦୂରର କଥା, ପରିଣତ ବୟସରେ ପଚାରୁ ବି ନାହାନ୍ତି । ଆଉନିଜେ କେବେ ଭିକ୍ଷା ମାଗି ତ କେବେ ଏ ପରିଣତି ବୟସରେ ନିଜ ହାତରେ ଗଣ୍ଡେ ରାନ୍ଧି ପେଟ ପୋଷନ୍ତି କାଳୀ ଜେନା । ଏପରି ଅବସ୍ଥାରେ ବାର୍ଦ୍ଧକ୍ୟ ଭତା ଓ ରାସନ ଚାଉଳ ଟିକିକ ହିଁ ତାଙ୍କର ସମ୍ବଳ ପାଲଟିଛି । ହେଲେ ସେଥିପାଇଁ ବି ଏ ବୁଢୀ ବୟସରେ ତାଙ୍କୁ ଆଶାବାଡିର ସାହାରାରେ ଚାଲିବାକୁ ପଡୁଛି କିଲୋମିଟର ରାସ୍ତା । ଆଉ ଆଶ୍ଚଯ୍ୟର କଥା ଚାଉଳ ଆଣିବାକୁ ଅସମର୍ଥ ହେବା କାରଣରୁ ଶେଷରେ ମିଳୁଥିବାଚାଉଳକୁ ଡିଲରଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଇଥିବା କୁହନ୍ତ ବୃଦ୍ଧା ।