କନକ ବ୍ୟୁରୋ: କହିଲେ କୂଳକୁଟୁମ୍ବକୁ ଲାଜ । ନକହିଲେ, କୂଳ ଭାସିଯାଉଛି । ଯିଏ ବି ଏକଥା କହିଛନ୍ତି । ହୁଏତ ତାଙ୍କ ଆଖି ଆଗକୁ କିଛି ଦୃଶ୍ୟ ଆସିଥିବ, ଯେଉଁଥିପାଇଁ ଏଭଳି କିଛି କହିଥିଲେ । ଏହି ଚିତ୍ର କୌଣସି କୂଳ କିମ୍ବା କୁଟୁମ୍ବ ଭିତରେ ସୀମିତ ନୁହେଁ ବରଂ ସାମଗ୍ରିକ ଭାବେ ଓଡ଼ିଆ ଜାତି ପାଇଁ, ସାରା ଓଡ଼ିଶା ପାଇଁ ଲଜ୍ଜ୍ୟାର ବିଷୟ ।

Advertisment

ଏହି ଭଳି ଚିତ୍ରରେ ୯୦ ବର୍ଷର ଜଣେ ବୃଦ୍ଧା ଚାଉଳ ପାଇଁ ବାଟ ଚାଲୁଛନ୍ତି । ହୁଏତ, ସେମାନେ ଆଂଶିକ ସତ ଦେଖୁଛନ୍ତି । ବାସ୍ତବରେ ବୋଧେ ବ୍ୟବସ୍ଥା ବୁଢ଼ା ହୋଇଯାଇଛି । ଅବ୍ୟବସ୍ଥାର ବାଟ ଏତେ ଲମ୍ବା ହୋଇଯାଇଛି ଯେ, ବ୍ୟବସ୍ଥା ପାଖରେ ପହଞ୍ଚିବା ପାଇଁ ନଇଁ-ନଇଁ ଜଣେ ବୟସ୍କ ମହିଳାଙ୍କୁ ବାଟ ଚାଲିବାକୁ ପଡୁଛି । କେତେ ବେଳେ ବାଟରେ ବାନ୍ତି କରି ପକାଉଛନ୍ତି, ତ ଆଉ କେତେ ବେଳେ ବାନ୍ତିରୁ ରକ୍ତ ଝରି ଆସୁଛି ।

ମହିଳା ଜଣଙ୍କ ହେଉଛନ୍ତି କାଳୀ ଜେନା । ଘର, ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଦୁଆରିପାଟଣା ଗାଁରେ । ଘରେ ପୁଅ, ବୋହୂ ଅଛନ୍ତି । ହେଲେ ସେମାନେ ବୃଦ୍ଧାଙ୍କୁ ପର କରିଦେଇଛନ୍ତି । ଏଇ ଚାଳ ଓ ଜରି ଘୋଡ଼ା ଘରେ ରହୁଛନ୍ତି କାଳୀ ଜେନା । ଭାଗ୍ୟକୁ ଆଦରି ବଞ୍ଚୁଥିବା ଏହି ବୃଦ୍ଧା ଚାଉଳ କିମ୍ବା ଭତା ପାଇଁ ଏମିତି ଦେଢ଼ କିଲୋମିଟର ବାଟ ଚାଲିବାକୁ ପଡେ । ଭତାରୁ ମିଳୁଥିବା ଟଙ୍କା ଏବଂ ଚାଉଳକୁ ବିକ୍ରି କରି ଆସୁଥିବା ଟଙ୍କାକୁ ନେଇ ଦିନ ଗଣୁଛନ୍ତି ଏହି ବୃଦ୍ଧା ।

ଏହି ବୃଦ୍ଧାଙ୍କ ଦୁର୍ଦ୍ଦଶା ପାଇଁ ପରିିବାର ଲୋକ ଯେତେ ଦାୟୀ, ସହାୟତାର ଭରସା ଦେଉଥିବା ଆମ ବ୍ୟବସ୍ଥା ସେତିକି ଦାୟୀ । ଆମ ବ୍ୟବସ୍ଥାକୁ ବୋଧେ ଏଭଳି ଏକ ଆଶାବାଡ଼ିର ସାହାରା ଦରକାର ପଡ଼ୁଛି, ଯେଉଁ ଭଳି ଆଶାବାଡ଼ି ଧରୁଛନ୍ତି ଏହି ୯୦ ବର୍ଷିୟ କାଳୀ ଜେନା ।