ଗାଈ ପଘାରେ ଫଶି ୯ ବର୍ଷ ନାବାଳକର ମୃତ୍ୟୁ । ପୂରା ଗାଁରେ ଖେଳିଗଲା ଶୋକର ଛାୟା ।

Advertisment
ଗାଈ ପଘାରେ ଫଶି ୯ ବର୍ଷ ନାବାଳକର ମୃତ୍ୟୁ । ପୂରା ଗାଁରେ ଖେଳିଗଲା ଶୋକର ଛାୟା ।

କନକ ବ୍ୟୁରୋ : ଗଞ୍ଜାମ ଆସିକା ଥାନା ଅନ୍ତର୍ଗତ କମାଗଡ ଗାଁରେ ଅଭାବନୀୟ ଘଟଣା । ଦୁର୍ଭାଗ୍ୟବଶତଃ ଗାଇ ବାନ୍ଧିବାକୁ ବ୍ୟବହୃତ ହେଉଥିବା ପଘା ବେକରେ ଲାଗିଯିବାରୁ ୯ ବର୍ଷିୟ ନାବାଳକର ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ମୁତାବକ, କମାଗଡ ଗାଁର ସୁବାଷଙ୍କ ପୁଅ ଗାଈ ଗୁହାଳ ଝରକା ଲୁହାରେ ଲାଗି ଥିବା ପଘାରେ ୯ ବର୍ଷିୟ କାମରାଜୁ ଖେଳୁଥିବା ସମୟରେ କୌଣସି କାରଣବଶତଃ ପଘାଟି କାମରାଜୁଙ୍କ ବେକରେ ଗୁଡେଇ ହୋଇଯାଇଥିଲା । ପଘାରେ ଲାଗି କାମରାଜୁ ଝୁଲି ରହିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ତାଙ୍କୁ ପ୍ରଥମେ ବାଲିସିରା ଓ ପରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

କାମରାଜୁଙ୍କ ଏପରି ଅକାଳ ବିୟୋଗରେ ଏବେ ପୁରା ଗାଁ ସ୍ତବ୍ଧ ହୋଇଯାଇଛି । ଖବର ପାଇ ଆସିକା ପୋଲିସ୍ ପହଂଚି ମୃତଦେହକୁ ଉଦ୍ଧାର କରି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe