ବାଙ୍କୀ ସହଡାପଦା ଗାଁରୁ ୮ ଫୁଟ ଲମ୍ବର ପାହାଡି ଅଜଗର ଉଦ୍ଧାର : ବେଆଇନ ଭାବେ ଘରେ ରଖିଥିବା ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ବନବିଭାଗ  

Advertisment
ବାଙ୍କୀ ସହଡାପଦା ଗାଁରୁ ୮ ଫୁଟ ଲମ୍ବର ପାହାଡି ଅଜଗର ଉଦ୍ଧାର : ବେଆଇନ ଭାବେ ଘରେ ରଖିଥିବା ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ବନବିଭାଗ  

କନକ ବ୍ୟୁରୋ : କଟକ ଜିଲ୍ଲା ବାଙ୍କୀ ସହାଡାପଦା ଗାଁରୁ ଏକ ୮ ଫୁଟ ଲମ୍ବର ପାହାଡି ଅଜଗରକୁ ଉଦ୍ଧାର କରାଯାଇଛି । ଅଜଗର ସାପକୁ ବେଆଇନ ଭାବେ ରଖିଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଙ୍କୀର ବନବିଭାଗ କର୍ମଚାରୀ । ଉଦ୍ଧାର ଅଜଗରର ଆଖିରେ ପରଳ ପଡିଯାଇଥିବାରୁ ରାଜଧାନୀ ସ୍ଥିତ ଓୟୁଏଟିକୁ ଅଣାଯାଇଥିଲା । ଓୟୁଏଟିର ପ୍ରଫେସର ଇନ୍ଦ୍ରମଣି ନାଥ ଓ ଅନ୍ୟ ସହଯୋଗୀ ଅସ୍ତ୍ରୋପଚାର କରି ଆଖିରୁ ପରଳ କାଢିଛନ୍ତି ।

ସୂଚନା ଅନୁସାରେ, ପାହାଡରୁ ଅଜଗରକୁ ଧରି୍ ଘରେ ରଖିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ବାଙ୍କୀ ବନପାଳ । ଏହାପରେ ଶିଶୁଆ ବନ କର୍ମଚାରୀ ଓ ସ୍ନେକ ହେଲଫଲାଇନ ସଦସ୍ୟ ମିଳିତ ଭାବେ ଚଢାଉ କରି ସହାଡାପଦା ଗାଁରୁ ଅଜଗର ସାପକୁ ଉଦ୍ଧାର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe