କନକ ବ୍ୟୁରୋ : କଟକ ଜିଲ୍ଲା ବାଙ୍କୀ ସହାଡାପଦା ଗାଁରୁ ଏକ ୮ ଫୁଟ ଲମ୍ବର ପାହାଡି ଅଜଗରକୁ ଉଦ୍ଧାର କରାଯାଇଛି । ଅଜଗର ସାପକୁ ବେଆଇନ ଭାବେ ରଖିଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଙ୍କୀର ବନବିଭାଗ କର୍ମଚାରୀ । ଉଦ୍ଧାର ଅଜଗରର ଆଖିରେ ପରଳ ପଡିଯାଇଥିବାରୁ ରାଜଧାନୀ ସ୍ଥିତ ଓୟୁଏଟିକୁ ଅଣାଯାଇଥିଲା । ଓୟୁଏଟିର ପ୍ରଫେସର ଇନ୍ଦ୍ରମଣି ନାଥ ଓ ଅନ୍ୟ ସହଯୋଗୀ ଅସ୍ତ୍ରୋପଚାର କରି ଆଖିରୁ ପରଳ କାଢିଛନ୍ତି ।
ସୂଚନା ଅନୁସାରେ, ପାହାଡରୁ ଅଜଗରକୁ ଧରି୍ ଘରେ ରଖିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ବାଙ୍କୀ ବନପାଳ । ଏହାପରେ ଶିଶୁଆ ବନ କର୍ମଚାରୀ ଓ ସ୍ନେକ ହେଲଫଲାଇନ ସଦସ୍ୟ ମିଳିତ ଭାବେ ଚଢାଉ କରି ସହାଡାପଦା ଗାଁରୁ ଅଜଗର ସାପକୁ ଉଦ୍ଧାର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/7-5.jpg)