ଉଦ୍ଧାର ହେଲା ୭ଫୁଟ୍ ଲମ୍ବ ଅଜଗର ସାପ । ପେଟ୍ରୋଲ ପମ୍ପ ନିକଟରେ ରହିଥିଲା ଏହି ବିଶାଳକାୟ ସାପ ।

Advertisment
ଉଦ୍ଧାର ହେଲା ୭ଫୁଟ୍ ଲମ୍ବ ଅଜଗର ସାପ । ପେଟ୍ରୋଲ ପମ୍ପ ନିକଟରେ ରହିଥିଲା ଏହି ବିଶାଳକାୟ ସାପ ।

କନକ ବ୍ୟୁରୋ: ଉଦ୍ଧାର ହେଲା ବିରାଟ ଅଜଗର ସାପ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଭରଷା ପେଟ୍ରୋଲ ପମ୍ପ ନିକଟରୁ ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି । ତେବେ ସେଠାରେ ସାପ ରହିଥିବାର ସ୍ଥାନୀୟ ଲୋକ ଦେଖି ଭୟଭୀତ ହୋଇ ପଡିଥିଲେ । ଏନେଇ ସ୍ଥାନୀୟ ଲୋକ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁଙ୍କୁ ଖବର ଦେବା ପରେ ବନ କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରି ନେଇଛନ୍ତି । ତେବେ ସାପଟି ପାଖାପାଖି ୭ ଫୁଟ ଲମ୍ବ ହୋଇଥିବା ବେଳେ ୧୦ କେଜିରୁ ଅଧିକ ଓଜନ ହେବ ବୋଲି ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe