ଦେଶରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ମହାରାଷ୍ଟ୍ରରେ ୬୩ ବର୍ଷୀୟ ବ୍ୟକ୍ତିଙ୍କ କରୋନାଜନିତ ମୃତ୍ୟୁ ନେଇ ସ୍ଥାନୀୟ ଅଧିକାରୀଙ୍କ ସୂଚନା

1,433

କନକ ବ୍ୟୁରୋ: ଦେଶରେ କରୋନା ଆକ୍ରାନ୍ତ ଆଉ ଜଣେ ରୋଗୀଙ୍କ ମୃତ୍ୟୁ । ମହାରାଷ୍ଟ୍ରରେ ଗତକାଲି ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କ କରୋନାଜନିତ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଅଧିକାରୀ । ତେବେ କରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ବ୍ୟକ୍ତି ଜଣକ ଡାଇବେଟିସ, ଉଚ୍ଚ ରକ୍ତଚାପ ଓ ହୃଦରୋଗରେ ମଧ୍ୟ ପୀଡିତ ଥିଲେ ବୋଲି ଜଣାପଡିଛି । ଏହା ସହିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଁଚିଛି । ପୂର୍ବରୁ କରୋନା ଆକ୍ରାନ୍ତ ଯୋଗୁଁ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ପଂଜାବରେ ଜଣେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।

 

ଅନ୍ୟପଟେ, ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଆଧାରରେ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୩୨୪କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତ ସଂଖ୍ୟା ୬୩ ରହିଛି । ଓଡିଶାରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ଜଣ ବିଦେଶୀ ନାଗରିକ ରହିଛନ୍ତି ।