କନକ ବ୍ୟୁରୋ : ଖେଳିବା ବେଳେ ପାଟିରେ ବାଣଫୁଟି ଶିଶୁ କନ୍ୟା ଗୁରୁତର । କେନ୍ଦୁଝର ଜିଲ୍ଲା ମହୁଲଡିହା ଥାନା ଦୁଆରଶୁଣି ଗାଁରେ ଘଟିଛି ଏହି ଅଘଟଣ । ଦୁଆରଶୁଣି ଗାଁର ପାକନ କୁଦୁଡାଙ୍କ ୬ ବର୍ଷର ଝିଅ ସାଙ୍ଗମାନଙ୍କ ସହ ଘର ପାଖରେ ଖେଳୁଥିଲା । ସେହି ସମୟରେ ତଳେ ପଡିଥିବା ଏକ ଅଫୁଟା ବାଣକୁ ପାଟିରେ ଭର୍ତି କରି ଚୋବେଇ ଦେବାକୁ ବାଣ ପାଟିରେ ଫୁଟି ଯାଇଛି ।

ଗୁରୁତର ଅବସ୍ଥାରେ ଶିଶୁ କନ୍ୟାକୁ ଆମ୍ବୁଲାନ୍ସ ଡାକି ଆନନ୍ଦପୁର ଡାକ୍ତରଖାନାରେ ଭର୍ତିକରାଯାଇଛି । ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ପ୍ରାଥମିକ ଚିକିତ୍ସା ପରେ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି ।