କନକ ବ୍ୟୁରୋ : ଧାନ ବିଲରୁ ଉଦ୍ଧାର ହେଲେ ୬ ଫୁଟ ଲମ୍ବର କୁମ୍ଭୀର । ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ତଲୋସିଙ୍ଗି ଗାଁର ସୀମାଚଂଳ ପାଣିଗ୍ରାହୀଙ୍କ ଧାନ ବିଲରୁ ଗୋମୁହାଁ ପ୍ରଜାତିର କୁମ୍ଭୀର ଉଦ୍ଧାର ହୋଇଛି । ଗତକାଲି ସୀମାଂଚଳ ନିଜ କ୍ଷେତକୁ ଯାଇଥିବା ବେଳେ ବିଲ ଭିତରେ ଏକ ଜନ୍ତୁ ଚାଲୁଥିବା ଦେଖିବାକୁ ପାଇଥିଲେ । ଆଖପାଖର ଚାଷୀଙ୍କୁ ଡାକି ପାଖକୁ ଯାଇ ଦେଖିଲେ ଏକ ବିରାଟ କୁମ୍ଭୀର ।
ତୁରନ୍ତ ଦିଗପହଣ୍ଡି ବନବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଂଚି କୁମ୍ଭୀରକୁ ଉଦ୍ଧାର କରି ଘୋଡାହାଡ ଜଳାଶୟକୁ ନେଇ ଛାଡିଛନ୍ତି । ତେବେ ବିଲ ଭିତରୁ ଏକ ବିଶାଳ କୁମ୍ଭାର ଉଦ୍ଧାର ହେବା ପରେ ଅଂଚଳର ଲୋକେ ଆତଙ୍କିତ ହୋଇପଡିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/20-13.jpg)