କନକ ବ୍ୟୁରୋ: ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ବୌଦ୍ଧରେ ଥିବା ବଡ ସ୍ପିରିଟ କାରଖାନା ବିଡିପିଏଲ ତଥା ବୌଦ୍ଧ ଡିସଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢ଼ାଉ ଚାଲିଥିବା ବେଳେ ପାଚେରୀ ବାହାରେ ଚିରା ୫ଶହ ଟଙ୍କିଆ ନୋଟ୍ ପଡ଼ିଥିବା ଦେଖିବାକୁ ମିଳିଛି । ସ୍ପିରିଟ କାରଖାନା ଉପରେ ୩ଦିନ ହେଲା ଆୟକର ଚଢ଼ାଉ ଚାଲିଥିବା ବେଳେ ୫ଶହ ଟଙ୍କିଆ ଚିରା ନୋଟ୍ ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ପାଚେରୀ ବାହାରେ ପଡ଼ିଛି । ଏତେ ଟଙ୍କା କେଉଁଠୁ ଆସିଲା ଓ କିଏ ଏମିତି ୫ଶହ ଟଙ୍କିଆ ନୋଟ୍ ଚିରି ଫୋପାଡ଼ିଛି ତାକୁ ନେଇ ପ୍ରଶ୍ନ ଉଠିଛି ।
ସ୍ପିରିଟ କାରଖାନା ବାହାରେ ପଡ଼ିଛି ପୁଳା ପୁଳା ୫ଶହ ଟଙ୍କିଆ ଚିରା ନୋଟ୍ । ଚଢଉ ଭୟରେ ଟଙ୍କା ଫିଙ୍ଗିଦେଇଥିବା ସନ୍ଦେହ ।
/kanak/media/post_attachments/wp-content/uploads/2023/12/Screen-Shot-2023-12-09-at-9.19.12-AM.jpg)