ଅମ୍ଫାନ ବେଳେ ଅଘଟଣ: ମାଛମରା ଜାଲ ହେଲା କାଳ, ଜାଲରେ ଛନ୍ଦି ହୋଇ ଜଣେ ମୃତ ।

Advertisment
ଅମ୍ଫାନ ବେଳେ ଅଘଟଣ: ମାଛମରା ଜାଲ ହେଲା କାଳ, ଜାଲରେ ଛନ୍ଦି ହୋଇ ଜଣେ ମୃତ ।

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ପଞ୍ଚାୟତରେ ଥିବା ଡଙ୍ଗରପଡ଼ା ସାଗରରେ ମାଛ ମାରୁଥିବା ବେଳେ ପାଣିରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ଲଖନା ପଞ୍ଚାୟତ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ତୁଳସୀ କଟା (୫୦) l

ବୁଧବାର ସକାଳୁ ତୁଳସୀ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଡଙ୍ଗରପଡ଼ା ସାଗରକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରିଲା ବେଳେ କୌଣସି କାରଣବଶତଃ ସେ ଜାଲରେ ଛନ୍ଦି ହୋଇ ପାଣିରେ ବୁଡ଼ି ଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l ଘଟଣା ସ୍ଥଳରେ ମୁରିବାହାଲ ପୁଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ ଜାରି ରଖିଛି l ମୃତ ତୁଳସୀ କଟାଙ୍କ ଘରେ ତାଙ୍କ ସ୍ତ୍ରୀ ଏବଂ ଜଣେ ବିବାହିତା ଝିଅ ଥିବାର ସୂଚନା ମିଳିଛି l ଏହି ଖବର ପ୍ରଚାର ହେଲା ପରେ ସେହି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe