କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଂଚଳରେ ଚାଂଚଲ୍ୟ: ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ବେଳେ ଅଘଟଣ, ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

1,030

କନକ ବ୍ୟୁରୋ: ପଟ୍ଟାମୁଣ୍ଡାଇ ବଡପଡା ଗାଁରେ ଅଘଟଣ । ବରଯାତ୍ରୀଙ୍କୁ ପେଟ୍ରୋଲ ବାଂଟୁଥିବା ସମୟରେ ନିଆଁଲାଗି ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ନିଆଁରେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବଡପଡା ଗାଁରେ ଏକ ବରଯାତ୍ରୀରେ ସାମିଲ ହେବାକୁ ଲୋକେ ଏକାଠି ହୋଇଥିଲେ । ବରପକ୍ଷଙ୍କୁ ପେଟ୍ରୋଲ ବଂଟାଯାଇଥିଲା । ଏହି ସମୟରେ ଜଣେ ଲୋକ ସିଗାରେଟ୍ ଟାଣୁଥିବାବେଳେ ଅରବିନ୍ଦ ମଲ୍ଲିକଙ୍କ ଘରେ ନିଆଁଲାଗିଯାଇଥିଲା । ଫଳରେ ତାଙ୍କ ପାଂଚବର୍ଷର ଶିଶୁପୁତ୍ର ଗୁଗୁଲ ମଲ୍ଲିକଙ୍କ ମୃତ୍ୟୁ ଘଟିଛି । ଏହାପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।