ପୁରୀରେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର

285

କନକ ବ୍ୟୁରୋ : ପୁରୀରେ ଜଣେ ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ । ଦିନ ଦ୍ୱିପହରରେ ଟାଉନ୍ ଥାନା ଅଂଚଳରେ ଶିଶୁକୁ ଦୁଷ୍କର୍ମ କରି ଦୁର୍ବୃତ ଫେରାର ହୋଇଯାଇଛି । ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ମହେଶ ମହାନ୍ତି ବୋଲି ଜଣାପଡ଼ିଛି । ସେ ଜଣେ ଡ୍ରାଇଭର ବୋଲି ପୋଲିସ କହିଛି । ଏହି ଘଟଣାକୁ ନେଇ ଟାଉନ୍ ଥାନା ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମହେଶକୁ ଧରିବା ପାଇଁ ଚାରିଟି ଟିମ୍ ଗଠନ କରାଯାଇଛି । ଟାଉନ୍ ଥାନା ଆଇଆଇସି, କୁମ୍ଭାରପଡ଼ା ଆଇଆଇସି, ବାସେଳିସାହି ଆଇଆଇସି ଓ ବଳିଆପଣ୍ଡା ଆଇଆଇସିଙ୍କ ନେତୃତ୍ୱରେ ଚାରିଟି ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ, ୫ବର୍ଷୀୟା ଝିଅ ଏକାକୀ ଖେଳୁଥିବା ଦେଖି ମହେଶ ନାବାଳିକାକୁ ଛାତ ଉପରକୁ ଟେକିନେଇଯାଇଥିଲା । ଛାତ ଉପରକୁ ନେଇ ସେଠାରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଏହାପରେ ସମସ୍ତଙ୍କ ସମ୍ମୁଖରେ ମହେଶ ଦୌଡି ପଳାଇଥିଲା । ସମ୍ପୃକ୍ତ ଶିଶୁକୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ଥିବାକୁ ନାବାଳିକାଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।
ସେ ପୁଲିସ କହିଛି, ମହେଶ ଜଣେ ଡ୍ରାଇଭର । ପୂର୍ବରୁ ତା ବାପା ମରିଯାଇଥିବା ବେଳେ ଗତବର୍ଷ କରୋନାରେ ତା’ ମାଆ ବି ଚାଲିଯାଇଛନ୍ତି । ସେ ଗତ କିଛିବର୍ଷ ହେବ ବିବାହ କରିଥିଲା । ମାତ୍ର ତା’ ପତ୍ନୀ ତାକୁ ଛାଡି ଅନ୍ୟତ୍ର ଚାଲିଯାଇଥିବା ଚର୍ଚ୍ଚା ହେଉଛି । ସେ ଏବେ ନିଜ ଭଉଣୀ ଓ ଭାଣିଜୀକୁ ପାଖରେ ରଖିଥିଲା ।