ପୁଣି ବୋରୱେଲରେ ଫସିଲା ଜୀବନ । ୫୫ ଫୁଟ୍ ତଳକୁ ଖସିପଡିଲା ୫ ବର୍ଷର ଶିଶୁ ।

Advertisment
ପୁଣି ବୋରୱେଲରେ ଫସିଲା ଜୀବନ । ୫୫ ଫୁଟ୍ ତଳକୁ ଖସିପଡିଲା ୫ ବର୍ଷର ଶିଶୁ ।

କନକ ବ୍ୟୁରୋ: ପୁଣି ବୋରୱେଲରେ ଫସିଲା ଜୀବନ । ମଧ୍ୟପ୍ରଦେଶରେ ବୋରୱେଲରେ ଫସିଲା ୫ ବର୍ଷର ଶିଶୁ । ୫୫ ଫୁଟ୍ ତଳକୁ ଶିଶୁଟି ଖସିପଡ଼ିଥିବା ସୂଚନା । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ।

ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଭୋପାଳ ଓ ହୋସଙ୍ଗାବାଦର ଏସଡିଆରଏଫ ଟିମ୍ ପହଞ୍ଚିଛନ୍ତି । ବର୍ତ୍ତମାନ ଶିଶୁଟି ପାଖକୁ ଅକ୍ସିଜେନ ପହଞ୍ଚାଯାଉଛି । ଏବେ ଶିଶୁର ଅବସ୍ଥା କେମିତି ଅଛି କିଛି ସୂଚନା ମିଳିନି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି । ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe