କର ବା ମର ମ୍ୟାଚରେ ସନରାଇଜର୍ସର ଶାନଦାର୍ ବିଜୟ । ୫ ୱିକେଟରେ ବାଙ୍ଗାଲୋରକୁ ହରାଇ ଫ୍ଲେଅଫ୍ସ ପାଇଁ ଆଶା ସଂଚାର କଲା ହାଇଦ୍ରାବାଦ, ମୁମ୍ବାଇ ପରେ ୩ଟି ଦଳକୁ ନେଇ ସସପେନ୍ସ ।

322

କନକ ବ୍ୟୁରୋ: ଆରସିବିକୁ ଅଡୁଆରେ ପକାଇଲା ସନରାଇଜର୍ସ ହାଇଦ୍ରାବାଦ । ୫ ୱିକେଟରେ ବିଜୟ ହାସଲ କରି ଫ୍ଲେ-ଅଫ୍ସକୁ କେଉଁ ଦଳ ଯିବ ସସପେନ୍ସ ବଢ଼ାଇଲା । ତେବେ ପ୍ରଥମେ ଟସ୍ ଜିଣି କୋହଲୀ ବାହିନୀକୁ ଘାତକ ବୋଲିଂରେ ଘାଇଲା କରିଥିଲା ସନରାଇଜର୍ସ । ଫଳରେ ଆରସିବି ୭ ୱିକେଟ୍ ହରାଇ ମାତ୍ର ୧୨୦ ରନ୍ କରିଥିଲା ।

ଅନ୍ୟପଟେ ସନରାଇଜର୍ସର ଟପ୍ ବ୍ୟାଟିଂ ଅର୍ଡର ଏତେ କମାଲ କରିନଥିଲେ ବି ଦଳ ମାତ୍ର ୧୪ ଓଭର ଗୋଟିଏ ବଲ ଖେଳି ୫ ୱିକେଟ୍ ହରାଇ ବିଜୟ ହାସଲ କରିଛି । ତେବେ ଏହି ବିଜୟ ଦ୍ୱାରା ୨ ଅଙ୍କ ପାଇଁ ବର୍ତ୍ତମାନ ସନରାଇଜର୍ସ ପ୍ଲେ-ଅଫ୍ସକୁ ଯିବାର ଆଶା ସଂଞ୍ଚାର କରିଛି । କେବଳ ଏତିକି ନୁହେଁ ହାଇଦ୍ରାବାଦ କର ବା ମର ମ୍ୟାଚରେ ଏଭଳି ବୃହତ ବିଜୟ ଅନେକ ଦଳ ପାଇଁ ପ୍ଲେଅଫ୍ସ ସ୍ୱପ୍ନକୁ ସଂକଟରେ ପକାଇଛି । ଏପରିକି ସନରାଇଜର୍ସର ଆଜିର ବିଜୟ ପ୍ଲେଅଫ୍ସ ଦୌଡ଼ରେ ବର୍ତ୍ତମାନ ଦିଲ୍ଲୀ, ଆରସିବି, ପଞ୍ଜାବ, କୋଲକାତା ରାଜସ୍ଥାନ କିଏ ବି ଯାଇପାରେ ବାଟ କାଢ଼ିଛି ।