ଦିଲ୍ଲୀ ନଏଡାରେ ଭାଙ୍ଗିବ ୪୦ ମହଲା ବିଶିଷ୍ଟ ଟ୍ୱିନ୍ ଟାୱାର । ବେଆଇନ ନିର୍ମିତ ଅଟ୍ଟାଳିକାକୁ ୩ ମାସ ମଧ୍ୟରେ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ।

189

କନକ ବ୍ୟୁରୋ: ମଙ୍ଗଳବାର ନୋଏଡା ସୁପରଟେକ୍ ଟୁଇନ ଟାୱାର ସମ୍ପର୍କରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ନୋଏଡା ସେକ୍ଟର ୯୩ ରେ ବେଆଇନ୍ ଭାବ ନିର୍ମିତ ହୋଇଥିବା ଏହି ୪୦ ମହଲା ବିଷିଷ୍ଟ ଅଟ୍ଟାଳିକାକୁ ୩ ମାସ ଭିତରେ ଭାଙ୍ଗିବାକୁ ନିଦେ୍ଧଶ ଦେଇଛନ୍ତି । ନିୟମ ଉଲଙ୍ଘନ କରି ବେଆଇନ ନିର୍ମାଣ କରୁଥିବାରୁ ଏଭଳି ନିଦେ୍ଧଶ ଦେଇଛନ୍ତି ସୁପ୍ରିମକୋର୍ଟ । ସେହିପରି ଫ୍ଲାଟ୍ କିଣିଥିବା ଲୋକଙ୍କୁ ୧୨ ପ୍ରତିଶତ ସୁଧ ସହିତ ସବୁ ପଇସା ଫେରାଇବାକୁ କହିଛନ୍ତି । ଟୁଇନ ଟାଓ।।ର ଭଙ୍ଗାଯିବା ସମୟରେ, ଆଖପାଖରେ ଥିବା ଅନ୍ୟ ଘର ଓପରେ ଯେମିତି କ୍ଷତି ନ ପହଂଚେ ସେ ଦିଗରେ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି ।

ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଆଦେଶରେ କହିଛନ୍ତି , ସୁପରଟେକ ଏମେରେଲ୍ଡର ବେଆଇନ୍ ନିର୍ମାଣରେ ଜିଲ୍ଲା ଅଧିକାରୀ ମାନେ ସହଯୋଗ କରିଛନ୍ତି ।୪୦ ମହଲା ବିଷିଷ୍ଟ ଏହି ଅଟ୍ଟାଳିକାରେ ରହିଛି ୧୦୦୦ ରୁ ଅଧିକ ଫ୍ଲାଟ୍ । ଅନ୍ୟପଟେ ସୁପ୍ରିମକୋର୍ଟ ର ସୁଣାଣି ପରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମଧ୍ୟ ଦୋଷିଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ଏନେଇ ନୋଏଡା ବିକାଶ ପ୍ରାଧିକରଣ ଏକ ଟିମ ଗଠନକରି ତଦନ୍ତ ଆରମ୍ଭ କରିଛି । ଏ ମାମଲାରେ ସଂପୃକ୍ତ ଥିବା ପୁରୁଣା ଅଧିକାରିଙ୍କ ବିରୁଦ୍ଧରେ ଖୋଲତାଡ ଆରମ୍ଭ ହୋଇଛି । ଜିଲ୍ଲା ଯୋଜନା ବିଭାଗରେ ଥିବା ପୁରୁଣା ମ୍ୟନେଜରଙ୍କ ସମେତ ଅନ୍ୟ ଅଧିକାରିଙ୍କ ଉପରେ ନଜର ରଖିଥିବା ଜଣାପଡିଛି ।

ଅନ୍ୟପଟେ ବାସିନ୍ଦା କଲ୍ୟାଣ ସଙ୍ଗଠନ (ଆରଏଲ ଡବ୍ଲୁ) କୁ ମଧ୍ୟ ୨ କୋଟି କ୍ଷତିପୁରଣ ଦେବା ପାଇଁ ର୍କୋଟ ନିର୍ଦ୍ଦେଷ ଦେଇଛନ୍ତି । ସାମ୍ନାରେ ଦୁଇଟି ବଡ ବଡ ଅଟ୍ଟାଳିକା ଥିବା ଯୋଗୁଁ ଆଖପାଖ ସୋସାଇଟିର ଲୋକ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏଭଳି ଶୁଣାଣି ପରେ ଆରଏଲ ଡବଲୁ ସୋସାଇଟି ରେ ଖୁସିର ଲହର ଖେଳିଯାଇଛି । ନିୟମ ଉଲଙ୍ଘନ କରି ବେଆଇନ ନିର୍ମାଣ ହେଉଥିବାରୁ , ଆହ୍ଲାବାଦ ହାଇକୋର୍ଟ ମଧ୍ୟ ୨୦୧୪ ରେ ଏହାର ଶୁଣାଣି କରିଥିଲେ । ଏବେ ସର୍ବୋଚ୍ଚ ନ୍ୟାୟାଳୟ ଏଥିରେ ମୋହର ମାରିଛନ୍ତୁି ।