କନକ ବ୍ୟୁରୋ: ବାପାଙ୍କ ଫଟୋକୁ ପୋଛି ପକାଉଛି ଝିଅ । ଫଟୋରେ ବାପାଙ୍କୁ ଗେଲ କରିବା ସହ ବାପା ବାପା ବୋଲି ଡାକ ପକାଉଛି, ହେଲେ ସେ ଜାଣି ନାହିଁ ତା ବାପା ଆଉ ଆସିବେ ନାହିଁ । କି ତାକୁ କୋଳେଇ ନେଇ ଗେହ୍ଲା କରିବେ ନାହିଁ । କାରଣ କରମଣ୍ଡଳରେ ସେହି କାଳରାତିରେ ତା ବାପାଙ୍କୁ ସବୁଦିନ ପାଇଁ କୋଳେଇ ନେଇଛି ମୃତ୍ୟୁ ।
କରମଣ୍ଡଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବାଲେଶ୍ୱର ଜିଲ୍ଲା ଝଙ୍କିରିଆ ପଂଚାୟତ ସିଂଙ୍ଗିପୁରର ଭଗବାନ ପଲେଇଙ୍କ ଗୋଟିଏ ବୋଲି ପୁଅ ବିକ୍ଷିପ୍ତ ପଲେଇ । ବିକ୍ଷିପ୍ତ ବାଲେଶ୍ୱରରେ ଟାଟା ପାୱାର କମ୍ପାନୀରେ କାମ କରୁଥିଲେ । ସବୁ ଦିନ ଭଳି ଶୁକ୍ରବାର ଦିନ କାମ ସାରି କରମଣ୍ଡଳରେ ଭଦ୍ରକକୁ ଫେରୁଥିଲେ । ସନ୍ଧ୍ୟା ସାଢେ ୫ଟାରେ ସ୍ତ୍ରୀ ଶୁଭଶ୍ରୀଙ୍କୁ ଫୋନ କରିଥିଲେ । ଆଉ ସେହି କଲ୍ ହିଁ ଶେଷ ଫୋନ କଲ୍ ହୋଇଗଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/vlcsnap-2023-06-06-18h32m10s610.jpg)