କନକ ବ୍ୟୁରୋ: ମାତ୍ର ୪ ବର୍ଷର କୁନି ପିଲାକୁ ନିଜ ହାତରେ ବିଷ ପିଆଇ ଦେଇଛି ଜନ୍ମକଲା ମା’ । କୁନି ପିଲାକୁ ବିଷ ପିଆଇବା ପରେ ନିଜେ ବିଷ ପିଈ ଗୁରୁତର ହୋଇପଡିଛନ୍ତି । ଏଭଳି ଏକ ଘଟଣା ଘଟିଛି ଉଦଳା ଥାନା ନାବରା କଲୋନୀ ଗାଁରେ । ସୂଚନା ଅନୁସାରେ ଗାଁର ଆଲୋକ ବାଘଡ଼ାଙ୍କ ସ୍ତ୍ରୀ ସବିତା ରାଉତ, ଆଜି ମଧ୍ୟାହ୍ନରେ ହଠାତ୍ ଘର ଭିତରକୁ ପଶି ଭିତର ପଟୁ ତାଲା ମାରି ଦେଇଥିଲେ । ଏହି ସମୟରେ ତାଙ୍କ ସାଙ୍ଗରେ ୪ ବର୍ଷର ପୁଅ ରାଜେଶ ବାଘଡ଼ା ମଧ୍ୟ ଥିଲେ । ତେବେ ଘର ଭିତରେ ପୁଅକୁ ବିଷ ଦେବା ସହ ନିଜେ ବିଷ ପିଇ ଦେଇଥିବା ଜଣାପଡ଼ିଛି । କିଛି ସମୟ ପର ସାବତ୍ରୀଙ୍କ ସ୍ୱାମୀ ଘରରକୁ ଆସି ଦେଖିଲା ବେଳକୁ ପୁଅ ବାନ୍ତି କରୁଛି । ପୁଅ କାହିଁକି ବାନ୍ତି କରୁଛି ବୋଲି ସନ୍ଦେହ ହେବାରୁ ଘଟଣା ପଦାକୁ ଆସିଥିଲା । ଏବେ ଉଭୟ ମା’ ଓ ଛୁଆକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି ।