୪ ବର୍ଷର ପିଲାକୁ ପିଟିପିଟି ମାରିଦେଲେ! ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ହୃଦୟବିଦାରକ ଘଟଣା ।

357

କନକ ବ୍ୟୁରୋ: ଚାରିବର୍ଷର ପିଲାକୁ ପିଟି ପିଟି ହତ୍ୟା ଅଭିଯୋଗ । ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି । ୪ ବର୍ଷର ନାବାଳକକୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଅଭିଯୋଗ ଆଣିଛି । ମୃତକ ଜଣକ ହେଲେ ଗୋବିନ୍ଦ ପାତ୍ରଙ୍କ ପୁଅ ନିତେଶ ପାତ୍ର । ପୁଲିସ ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।

ନିତେଶ ସନ୍ଧ୍ୟାରେ ଘରେ ନଥିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ହେଲେ କୌଣସି ସୁରାକ୍ ମିଳିନଥିଲା । ପରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଥିଲେ ଯେ, ସେହି ଗାଁର ଶ୍ରୀକାନ୍ତ ସେଠୀ ନିତେଶଙ୍କୁ ନେଇଛନ୍ତି ବୋଲି । ନିତେଶଙ୍କ ପରିବାର ଲୋକେ ଶ୍ରୀକାନ୍ତଙ୍କ ଘରକୁ ଯିବା ପରେ ସେଠାରେ ନିତେଶଙ୍କ ଚପଲ ପଡିଥିଲା । ଆଉ ଘରର ଛାତ ଉପରେ ନିତେଶଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା । ପୁଲିସ୍ ଏହି ମାମଲାରେ ଅଧିକ ତଦନ୍ତ ଚଳାଇଛି ।