କନକ ବ୍ୟୁରୋ: କଟକ ବଡ଼ ମେଡିକାଲର କାର୍ଡିଓଥୋରାସିସ୍ ବିଭାଗରେ ଜଟିଳ ଅସ୍ତ୍ରୋପଚାର । ହୃତ୍ପିଣ୍ଡରୁ ବାହାର କରାଗଲା ଛୁଞ୍ଚି । ଯୁବକଙ୍କ ହୃତ୍ପିଣ୍ଡରୁ ସାଢେ ୪ ଇଂଚର ଛୁଞ୍ଚି କଢାଯାଇଛି । କାର୍ଡିଓଥୋରାସିସ୍ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଛି ।
ଭୁବନେଶ୍ୱର ଭିଏସଏସ୍ ନଗରର ୩୧ ବର୍ଷୀୟ ନିବାସୀ ଶର୍ମା ଶୋଇଥିବା ବେଳେ ତାଙ୍କ ଛାତିରେ ଛୁଞ୍ଚି ଫୋଡି ହୋଇଯାଇଥିଲା । ଛୁଞ୍ଚିିଟି ହୃତପିଣ୍ଡର ବାମପାଶ୍ୱର୍ ପର୍ଯ୍ୟନ୍ତ ପହଂଚି ଯାଇଥିଲା । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ନିଆଯାଇଥିଲା । ହେଲେ ସେଠାରେ ଅସ୍ତ୍ରୋପଚାର ହୋଇନପାରିବାରୁ ଏସ୍ସିବିରେ ଭର୍ତି କରାଯାଇଥିଲା । ଏବେ ନିବାସୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପୂର୍ବରୁ ଏସିସିବିର କାର୍ଡିଓଥୋରାସିସ୍ ବିଭାଗରେ ଜଣେ ଛୋଟ ପିଲାର ଛାତିରୁ ଗଛ ଡାଳର କିଛି ଅଂଶ ଓ ଆଉ ଜଣେ ବ୍ୟକ୍ତିଙ୍କ ଛାତିରୁ ତୀର ସଫଳତାର ସହ ଅସ୍ତ୍ରୋପଚାର ଜରିଆରେ ବାହାର କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/02/10-10.jpg)