ଚଳନ୍ତା ଟ୍ରକରୁ ଉଦ୍ଧାର ହେଲା ୬ ଫୁଟର ଅଜଗର : କେନ୍ଦୁଝର ଜିଲ୍ଲା ଘସିପୁର ଜାତୀୟ ରାଜପଥରେ ଟ୍ରକ୍ ଭିତରେ ସାପକୁ ଦେଖି ଡ୍ରାଇଭର ଛାନିଆ; ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ଚଳନ୍ତା ଟ୍ରକରୁ ଉଦ୍ଧାର ହେଲା ୬ ଫୁଟର ଅଜଗର : କେନ୍ଦୁଝର ଜିଲ୍ଲା ଘସିପୁର ଜାତୀୟ ରାଜପଥରେ ଟ୍ରକ୍ ଭିତରେ ସାପକୁ ଦେଖି ଡ୍ରାଇଭର ଛାନିଆ; ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

କନକ ବ୍ୟୁରୋ : ଚଳନ୍ତା ଟ୍ରକରୁ ବାହାରିଲା ଅଜଗର । ଟ୍ରକ ଭିତରୁ ୬ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଘସିପୁରା ୨୦ ନଂବର ଜାତୀୟ ରାଜପଥରେ ଘଟିଛି ଏହି ଘଟଣା । ୨୦ ନଂବର ଜାତୀୟ ରାଜପଥର ଖପରାଖାଇ ନିକଟରେ ଏକ ଟ୍ରକ ଭିତରେ ଅଜଗର ସାପକୁ ଦେଖି ଛାନିଆ ହୋଇପଡିଥିଲେ ଟ୍ରକର ଡ୍ରାଇଭର ।

publive-image

ରାସ୍ତା ଉପରେ ଟ୍ରକକୁ ରଖି ସେ ସ୍ଥାନୀୟ ଲୋକଙ୍କୁ ଏ ବାବଦରେ ଜଣାଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ଟ୍ରକରୁ ଅଜଗର ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe