କନକ ବ୍ୟୁରୋ : ଚଳନ୍ତା ଟ୍ରକରୁ ବାହାରିଲା ଅଜଗର । ଟ୍ରକ ଭିତରୁ ୬ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । କେନ୍ଦୁଝର ଜିଲ୍ଲା ଘସିପୁରା ୨୦ ନଂବର ଜାତୀୟ ରାଜପଥରେ ଘଟିଛି ଏହି ଘଟଣା । ୨୦ ନଂବର ଜାତୀୟ ରାଜପଥର ଖପରାଖାଇ ନିକଟରେ ଏକ ଟ୍ରକ ଭିତରେ ଅଜଗର ସାପକୁ ଦେଖି ଛାନିଆ ହୋଇପଡିଥିଲେ ଟ୍ରକର ଡ୍ରାଇଭର ।

Advertisment

publive-image

ରାସ୍ତା ଉପରେ ଟ୍ରକକୁ ରଖି ସେ ସ୍ଥାନୀୟ ଲୋକଙ୍କୁ ଏ ବାବଦରେ ଜଣାଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ଟ୍ରକରୁ ଅଜଗର ସାପକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି ।