ବୟସ ମାତ୍ର ୩ ବର୍ଷ: ହେଲେ କୁନି ଝିଅ ମୁହଁରେ ରହିଛି ୧୫୦ ଦେଶର ନାଁ; ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଖୋର୍ଦ୍ଧାର ସୋହିନୀ ଦାସ

210

କନକ ବ୍ୟୁରୋ: ବୟସ ମାତ୍ର ସାଢେ ୩ ବର୍ଷ । ହେଲେ ୧୫୦ ଦେଶର ନାଁ ରହିଛି ଏହି କୁନି ଝିଅ ମୁହଁରେ । ଖୋର୍ଦ୍ଧା କାଇମାଟିଆର କମଳେନ୍ଦୁ ନାୟକ ଓ ରଂଜନା ରାଣୀ ଦାସଙ୍କ ଝିଅ ସୋହିନି ଦାସ । ମାତ୍ର ୩ ବର୍ଷ ବୟସରେ ୧୫୦ ଦେଶର ନାଁ ମନେ ରଖି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଯେଉଁ ବୟସ ରେ ଖନି ଖନୀ କଥା ଆଉ ଠୁକୁ ଠୁକୁ ଚାଲି ଶିଖିବା କଥା ସେହି ବୟସ ରେ ଗୌରବ ଆଣିଛନ୍ତି ସୋହାନି।ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡ ର ମାନପତ୍ର।ଖୋର୍ଦ୍ଧା ଜିଲା କାଇମାଟିଆ ଜେନେକ୍ସ ଭାଲି ରେ ରୁହନ୍ତି ରଂଜନା ରାଣୀ ଦାସ,ଆଉ କମଳେନ୍ଦୁ ନାୟକ ,ତାଙ୍କର ଏକ ମାତ୍ର ଝିଅ ସୋହିନି । ଯେକୌଣସି ଦେଶର ଜାତୀୟ ପତାକା ର ଚିତ୍ର ଦେଖି ଦେଶ ର ନା ଅତି ଅନାୟସ କହିପାରେ ସୋହିନି।ତାସହ ମହାଦେଶ,ସୌରମଣ୍ଡଳ,ପଶୁ,ପକ୍ଷୀ ଫଳ,ଆଉ ବଡର ଦେଖି ବିଭିନ ଦେଶ ର ନାକୁ ସହଜ ରେ ଚିହିଁ ପରେ।ଆଉ ଏହି ବିରଳ କୃତିତ୍ୱ ପାଇଁ ମିଳିଛି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ।

ପିଲାଟି ବୟସରୁ ପ୍ରତ୍ୟେକ ଜିନିଷକୁ ଭଲକରି ଜାଣିବାର ଜିଗ୍ୟାଂସା ରଖୁଥାନ୍ତି ସୋହିନୀ । ମାଆ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ହୋଇଥିବାରୁ ଏହି ସବୁ ଜିନିଷ ତାଙ୍କୁ ଶିଖିବାରେ ସୁଯୋଗ ଦେଇଥାନ୍ତି । ସୋହିନୀ ଦେଢ ବର୍ଷ ହୋଇଥିବା ଜେଜେ ମାଆଙ୍କ ପାଖ ବେଳେ ତାଙ୍କ ମା ବିଦେଶକୁ ରିସର୍ଚ କରିବାକୁ ଯାଇଥିଲେ । ଆଉ ଫେରିବା ପରେ ଛୁଆର ବିଭିନ୍ନ ଦେଶ ବିଷୟରେ ଜାଣିବାର ଇଚ୍ଚା ଦେଖି ତାଙ୍କୁ ସହଯୋଗ କରିଥିଲେ ।