ପ୍ରଭୁ ଶ୍ରୀରାମଙ୍କ ପାଇଁ ଜଳିବ ୩୦୦ ଫୁଟର ମାଟି ଦୀପ, ମିଥିଳାରୁ ଆସିଛି ଘୃତ । ଏପଟେ ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା ।

208

କନକ ବ୍ୟୁରୋ: ସରଜୁ ନଦୀର ରାମଘାଟରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ୩୦୦ ଫୁଟର ମାଟି ଦୀପ ପ୍ରସ୍ତୁତ ହେଉଛି । ପ୍ରତିଷ୍ଠା ଦିନ ଏହି ମାଟିଦୀପ ପ୍ରଜଳ୍ୱନ କରାଯିବ । ଏହି ମାଟି ଦୀପ ଜଳାଇବା ପାଇଁ ନେପାଳ ମିଥିଲା କ୍ଷେତ୍ରରୁ ତେଲ ସାଙ୍ଗରେ ଆଣିଛନ୍ତି ସାଧୁ ସନ୍ଥ ।

ସେପଟେ ରାମ ମନ୍ଦିର ପ୍ରତିଷ୍ଠାରେ ସାମିଲ ହେବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଅଯୋଧ୍ୟା ମହାନଗର ନିଗମର ସ୍ୱତନ୍ତ୍ର ବ୍ୟବସ୍ଥା । ପଂଚବଟୀ, କିସ୍କିନ୍ଧ୍ୟା ଓ ଚିତ୍ରକୁଟ ନାଁରେ ତିନୋଟି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି । ତିନୋଟି ଆଶ୍ରୟସ୍ଥଳୀରେ ୫ ହଜାର ଲୋକଙ୍କ ରହିବା ପାଇଁ ସୁବିଧା ରହିଛି । ଖଟ, ଶେଯ ଓ କମ୍ବଳ ରହିଛି । ଏହାଛଡା ବିଜୁଳି, ପାଣି ଓ ଶୌଚାଳୟ ବ୍ୟବସ୍ଥା ମଧ୍ୟ ରହିଛି । ମହାନଗର ନିଗମର ଆଶ୍ରୟସ୍ଥଳୀରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ କଡା ସୁରକ୍ଷାର ବନ୍ଦୋବସ୍ତ ମଧ୍ୟ କରାଯାଇଛି ।

ଏହାସହ ଅଯୋଧ୍ୟାକୁ ସୋଲାର ସିଟି କରିବାକୁ ଉତରପ୍ରଦେଶ ସରକାର ଯୋଜନା ଆରମ୍ଭ କରିଛନ୍ତି । ଅଯୋଧ୍ୟା ସୋଲାର ସିଟିର ମୋଡେଲ ଭାବେ ବିକଶିତ କରିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ୱପ୍ନ ରହିଛି । ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ପୂର୍ବରୁ ସରଜୁ ନଦୀକୁ ଓହ୍ଲାଇଛି ଦେଶର ପ୍ରଥମ ସୋଲାର ପାୱାର ଇନବୁଲଟ ଇ-ସିପ । ଅଯୋଧ୍ୟା ଆସୁଥିବା ଶ୍ରଦ୍ଧାଳୁ ଏହି ଇ-ସିପ ଜରିଆରେ ସରଜୁ ନଦୀ ଯାତ୍ରା କରିପାରିବେ ।