କନକ ବ୍ୟୁରୋ: ଫାଟିଲା ଲୁଣା ନଦୀବନ୍ଧ । ୩ଶହ ଫୁଟ ପର୍ଯ୍ୟନ୍ତ ନଦୀବନ୍ଧ ଫାଟିଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷୋଟ ଗାଁ ସଚ୍ଚି ମଠ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ଲୁଣା ନଦୀବନ୍ଧ । ନଦୀବନ୍ଧର ଅବସ୍ଥା ଦେଖି ଲୋକେ ଭୟଭୀତ ଅଛନ୍ତି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ପ୍ରାୟ ୧୩ ଖଣ୍ଡ ଗାଁର ହଜାର ହଜାର ଲୋକଙ୍କ ଯାତାୟାତରେ ସମସ୍ୟା ଦେଖାଦେଇଛି । ପାଣିର ପ୍ରଖର ସ୍ରୋତରେ କୁଳ ଖାଇ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ଗାଁ ଲୋକ । ନଦୀବନ୍ଧ ମରାମତି କରିବା ପାଇଁ ସ୍ଥାନୀୟ ଲୋକେ ଜଳସମ୍ପଦ ବିଭାଗ ନିକଟରେ ଦାବି କରିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ସଚ୍ଚି ମଠ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ବନ୍ଧ। ଲୁଣା ନଦୀବନ୍ଧରେ ସୃଷ୍ଟି ହେଲା ୩୦୦ ଫୁଟର ଫାଟ।
/kanak/media/post_attachments/wp-content/uploads/2022/11/vlcsnap-2022-11-06-19h13m17s109.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)