କରୋନା ମହାମାରୀ ମଧ୍ୟରେ କଟକ ଦଶହରା ଜଗିବେ ୩୦ ପ୍ଲାଟୁନ ଫୋର୍ସ : ୧୦୦ ଜଣ ଅଫିସରଙ୍କୁ ମଧ୍ୟ ଦାୟିତ୍ୱ , ଭସାଣୀ ପାଇଁ ୧୪ଟି ସ୍ଥାନ ଚିହ୍ନଟ ; ସୂଚନା ଦେଲେ କଟକ ଡିସିପି

Advertisment
କରୋନା ମହାମାରୀ ମଧ୍ୟରେ କଟକ ଦଶହରା ଜଗିବେ ୩୦ ପ୍ଲାଟୁନ ଫୋର୍ସ : ୧୦୦ ଜଣ ଅଫିସରଙ୍କୁ ମଧ୍ୟ ଦାୟିତ୍ୱ , ଭସାଣୀ ପାଇଁ ୧୪ଟି ସ୍ଥାନ ଚିହ୍ନଟ ; ସୂଚନା ଦେଲେ କଟକ ଡିସିପି

କନକ ବ୍ୟୁରୋ : କୋଭିଡ କଟକଣା ମଧ୍ୟରେ ଏଥର କଟକରେ ଦଶହରା ପୂଜା ହେବ । ଆଉ ସହରରେ ପୂଜାକୁ ଜଗିବେ ୩୦ ପ୍ଲାଟୁନ ଫୋର୍ସ । ସେହିଭଳି ଶହେ ଅଫିସର ତାଦରଖ ଦାୟିତ୍ୱରେ ରହିବେ । କୌଣସି ପ୍ରକାରର କୋଭିଡ ସଂକ୍ରମଣକୁ ରୋକିବା ଲାଗି ଏଥର କଡା ସୁରକ୍ଷା କରିବାକୁ ପୁଲିସ ନିଷ୍ପତ୍ତି ନେଇଛି ।

ଏହାଛଡା ୧୪ ସ୍ଥାନରେ ଭସାଣ ହେବ । ଗତକାଲି କଟକ ଦଶହରାରେ ହାଇକୋର୍ଟରେ ମୂର୍ତ୍ତି ବାବଦର ଅନ୍ତ ଘଟିଥିଲା । ୪ ଫୁଟର ଅଧିକ ଉଚ୍ଚତା ମୂର୍ତି ନିର୍ମାଣ କରିଥିବା କମିଟି ଗୁଡିକୁ ପରମ୍ପରା ଅନୁସାରେ ପୂଜା ପାଇଁ ଅନୁମତି ଦେବାକୁ ହାଇକୋର୍ଟ କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe