କନକ ବ୍ୟୁରୋ : କୋଭିଡ କଟକଣା ମଧ୍ୟରେ ଏଥର କଟକରେ ଦଶହରା ପୂଜା ହେବ । ଆଉ ସହରରେ ପୂଜାକୁ ଜଗିବେ ୩୦ ପ୍ଲାଟୁନ ଫୋର୍ସ । ସେହିଭଳି ଶହେ ଅଫିସର ତାଦରଖ ଦାୟିତ୍ୱରେ ରହିବେ । କୌଣସି ପ୍ରକାରର କୋଭିଡ ସଂକ୍ରମଣକୁ ରୋକିବା ଲାଗି ଏଥର କଡା ସୁରକ୍ଷା କରିବାକୁ ପୁଲିସ ନିଷ୍ପତ୍ତି ନେଇଛି ।
ଏହାଛଡା ୧୪ ସ୍ଥାନରେ ଭସାଣ ହେବ । ଗତକାଲି କଟକ ଦଶହରାରେ ହାଇକୋର୍ଟରେ ମୂର୍ତ୍ତି ବାବଦର ଅନ୍ତ ଘଟିଥିଲା । ୪ ଫୁଟର ଅଧିକ ଉଚ୍ଚତା ମୂର୍ତି ନିର୍ମାଣ କରିଥିବା କମିଟି ଗୁଡିକୁ ପରମ୍ପରା ଅନୁସାରେ ପୂଜା ପାଇଁ ଅନୁମତି ଦେବାକୁ ହାଇକୋର୍ଟ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/29-13.jpg)