କିଏ ବୁଝିବ ଦିବ୍ୟାଙ୍ଗ ଦମ୍ପତିଙ୍କ ଦୁଃଖ? ୩ ବର୍ଷ ଝିଅର ଆଖିରେ କ୍ୟାନ୍ସର ଭଳି ରୋଗ । ସାହାଯ୍ୟ ଖୋଜୁଛନ୍ତି ଦିବ୍ୟାଙ୍ଗ ଦମ୍ପତ୍ତି ।

171

କନକ ବ୍ୟୁରୋ: ଏ ଦୃଷ୍ଟିହୀନ ଜୀବନରେ ଖାଲି ଦୁଃଖ ଆଉ ଦୁଃଖ । କେତେଦିନ ବା ସେ ଏଇ ଦୁନିଆକୁ ଭଲ ସେ ଦେଖିଛି । କେତେ ବା ତା ବୟସ ହେଇଛି । ଏ କଅଁଳ ବୟସରୁ ଦୃଷ୍ଟିଶକ୍ତି ହରେଇଛି ଏ ୩ ବର୍ଷର କୁନି ଝିଅ । ବାପା ଆଉ ମାଆ ଦୁହେଁ ଜନ୍ମରୁ ଦୃଷ୍ଟିହୀନ । ଭାବିଥିଲେ ଝିଅ ଆଖିରେ ସେ ଦୁନିଆ ଦେଖିବେ । ଜୀବନର ସବୁ ସ୍ୱପ୍ନକୁ ପୂରା କରିବେ । ହେଲେ, ସେତକ ବି କରିଦେଲାନି ବିଧାତା । ଜୀବନର ଏ ଖାଲି ପଣ ଭିତରେ, ଯିଏ ଚେନାଏ ମାତ୍ର ଆଶା ଥିଲା । ଯାହା ହାତ ଧରି ସେ ବାଟ ଚାଲିବାକୁ, ଏ ଅନ୍ଧାର ଆଖିରେ ସ୍ୱପ୍ନ ଦେଖୁଥିଲେ । ସେ ଅଲିଅଳି ଝିଅ ଏବେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ।

ପିପିଲି ଗାଁ ଗାଁରେ ଏବେ ହାତକୁ ହାତ ଧରି ସହାୟତା ଖୋଜୁଛନ୍ତି ଅଶୋକ ଆଉ ସମିତ୍ରା । ଝିଅର ଚିକିତ୍ସା ପାଇଁ ଏବେ ୯ ଲକ୍ଷ ଟଙ୍କା ଦରକାର ଥିଲାବେଳେ । ସେଇ ଟଙ୍କାକୁ ଜୁଟେଇବାରେ ଏବେ ଲାଗିପଡିଛନ୍ତି ଏ ଦିବ୍ୟାଙ୍ଗ ଦମ୍ପତି । ତେବେ ସରକାର କି ଅନ୍ୟ କେଉଁଠୁ ସାହାଯ୍ୟ ନମିଳିଲେ, ଶେଷ ଦୁହେଁ ସ୍ୱାମୀ ସ୍ତ୍ରୀ ନିଜ କିଡନୀ ବିକି ଦେବେ ବୋଲି ବି କ୍ୟାମେରା ଆଗରେ କହିଛନ୍ତି ।
ଜନ୍ମରୁ ଦିବ୍ୟାଙ୍ଗ ଅଶୋକ ଭୁବନେଶ୍ୱରରେ ପେପର ଆଉ ଫିନାଇଲ୍ ବିକି ପରିବାର ପୋଷନ୍ତି । ପରିବାର କହିଲେ, ସ୍ତ୍ରୀ ସୁମିତ୍ରା ଆଉ ଏକମାତ୍ର ଝିଅ ପୂଜାର୍ଚ୍ଚନା । ଗଲା ୩ ବର୍ଷ ତଳେ ଝିଅ ହଠାତ୍ ତଳେ ପଡିଯିବାରୁ, ତାର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଥିଲା । ଆଉ ଏବେ ଅନ୍ୟ ଆଖିକୁ ମଧ୍ୟ ବିଲକୁଲ୍ ଦିଶୁନି । ଚିକିତ୍ସା କରିବା ପରେ, ପୂଜାକୁ ଆଇ-କ୍ୟାନସର ହେଇଥିବା ଜଣାପଡିଛି । ଆଉ ସେବେଠୁ ଝିଅର ଚିକିତ୍ସା ପାଇଁ ସହାୟତା ଖୋଜୁଛନ୍ତି ଏ ଦିବ୍ୟାଙ୍ଗ ସ୍ୱାମୀ ଆଉ ସ୍ତ୍ରୀ ।

ତେବେ ଆପଣ ଯଦି ଏ କୁନିଝିଅର ଚିକିତ୍ସା ପାଇଁ ସହଯୋଗର ହାତ ବଢେଇବାକୁ ଚାହୁଁଛନ୍ତି । ତେବେ ନିଶ୍ଚୟ କିଛି ଛୋଟିଆ ସାହାଯ୍ୟ କରିପାରିବେ । ଯୋଗାଯୋଗ କରିବା ପାଇଁ ଲେଖିରଖନ୍ତୁ, ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ।

  • ଆକାଉଣ୍ଟ ନମ୍ବର – ୭୫୧୨୦୨୧୨୦୦୦୦୬୬୯
  • ଆଇଏଫଏସସି କୋଡ୍ – UBINO୫୭୫୧୨୭
  • ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ରାଞ୍ଚ – କଳିଙ୍ଗ ବିହାର , ଭୁବନେଶ୍ୱର
  • ଫୋନ୍ ପେ ନମ୍ବର – ୮୪୫୬୦୭୯୬୦୬