କନକ ବ୍ୟୁରୋ : ସିଲଭର ସିଟିର ସ୍ମାର୍ଟ ବୟ ପ୍ରତ୍ୟୁଷ । ଭଲକରି ପାଟି ଖୋଲିନି, କିନ୍ତୁ ୪ଟି ଭାଷାରେ ଅନର୍ଗଳ କଥା କହୁଛି ୩ ବର୍ଷର ବାଳକ । ଓଡିଆ, ହିନ୍ଦୀ, ଇଂରାଜୀ ଓ ତାମିଲ ଭାଷାରେ ବିଭିନ୍ନ ପ୍ରଶ୍ନର ଉତର ହେଇ ସଫଳତା ସାଉଁଟିଛି । ଏହାସହ ଦେଶର ସବୁ ରାଜ୍ୟ ଓ ତାର ରାଜଧାନୀ ନାଁ ବାବଦରେ ପ୍ରଶ୍ନ ପାଟିରୁ ନସରୁଣୁ ଉତର ଦେଉଛି ପ୍ରତ୍ୟୁଷ ।
ମାଆ ଦିପ୍ତୀରେଖା ମହାନ୍ତିଙ୍କ ଠାରୁ ଶୁଣି ଶୁଣି ସବୁ ମନେ ରଖିଛି କୁନି ପୁଅ । ବିଭିନ୍ନ ପ୍ରଶ୍ନର ଉତର ଦେଇ ଇଣ୍ଡିଆନ ବୁକ୍ ଅଫ ରେକର୍ଡ ଓ ୱାର୍ଲଡ୍ ବୁକ୍ରେ ରେକର୍ଡ କରିଥିବା ପ୍ରତ୍ୟୁଷ ଗାୟତ୍ରୀ ମନ୍ତ୍ରୀ, ଗଣେଷ ବନ୍ଦନା ଓ ହନୁମାନ ଚାଳିସା ବି ଖୁବ୍ ସୁନ୍ଦର ଭାବେ ଗାଉଛି ।
ପ୍ରତ୍ୟୁଷ ହେଉଛନ୍ତି, କଟକ ମର୍କତନଗରର ଦିପ୍ତୀରେଖା ମହାନ୍ତି ଓ କେ. ସାଇକିଶୋରଙ୍କ ଏକ ମାତ୍ର ପୁଅ । ପୁଅକୁ ୨ ବର୍ଷ ବୟସ ବେଳୁ ତାର ଧି-ଶକ୍ତି ବାବଦରେ ଜାଣିବାକୁ ପାଇଥିଲେ ପରିବାର ଲୋକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2020/11/34_UP.jpg)