ବଲାଙ୍ଗୀରରେ ଆୟକର ବିଭାଗର ୨୫ ଜଣିଆ ଆନାଲିସିସ୍ ଟିମ୍ । ରେଡ କରୁଛନ୍ତି ୧୫୦ ଆଇଟି ଅଧିକାରୀ

162

କନକ ବ୍ୟୁରୋ: ସମ୍ବଲପୁରରେ ବ୍ୟାଙ୍କରେ ଟଙ୍କା ଗଣାଯାଉଥିବାର ଦୃଶ୍ୟ କନକ ନ୍ୟୁଜ୍ ହାତରେ ଲାଗିଛି । ଷ୍ଟେଟ ବ୍ୟାଙ୍କ ଶାଖାରେ ବିଡା ବିଡା ଟଙ୍କା ଗଣାଯାଉଛି । ଆଉ ଟଙ୍କା ଗଣିବାରେ ଲାଗିଛନ୍ତି ଏକାଧିକ ଅଧିକାରୀ । କେବଳ ସମ୍ବଲପୁର ନୁହଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ରେଡ୍ କରାଯାଉଛି । ସୁନ୍ଦରଗଡ଼ରେ ମଧ୍ୟ ରେଡ୍ କରାଯାଉଛି । ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲଙ୍କ ଘର ଓ ଅଫିସରରେ ଆୟକର ବିଭାଗ ଚଢାଉ କରୁଛି । ୪ ଦିନ ଚଢାଉ ସମୟରେ ୩ ଶହ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି ।